Below header

ଓମିକ୍ରନ ଯୋଗୁଁ ସ୍ଥଗିତ ହେବନି ୫ ରାଜ୍ୟର ନିର୍ବାଚନ, ଶ୍ରୀଘ୍ର ଟିକାକରଣ ସାରିବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଲେ ନିର୍ବାଚନ କମିଶନର

ନୂଆଦିଲ୍ଲୀ: ଓମିକ୍ରନ ଯୋଗୁଁ ସ୍ଥଗିତ ହେବନି ୫ ରାଜ୍ୟର ନିର୍ବାଚନ । ନିର୍ଦ୍ଧାରିତ ସମୟରେ ନିର୍ବାଚନ କରିପାରନ୍ତି ନିର୍ବାଚନ କମିଶନ । ନିର୍ବାଚନ ହେବାକୁ ଥିବା ୫ ରାଜ୍ୟରେ ଶ୍ରୀଘ୍ର ଟିକାକରଣ ସାରିବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି ନିର୍ବାଚନ କମିଶନର । ଉତ୍ତରପ୍ରଦେଶ, ଗୋଆ, ପଞ୍ଜାବ, ଉତ୍ତରାଖଣ୍ଡ ଓ ମଣିପୁରରେ ଟିକାକରଣ ଅଭିଯାନକୁ ବ୍ୟାପକ ତଥା ତ୍ୱରାନିତ କରିବା ଲାଗି ନିର୍ବାଚନ କମିଶନଙ୍କ ପକ୍ଷରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଳାୟକୁ ଚିଠି ଲେଖାଯାଇଛି ।

ଦେଶରେ ଓମିକ୍ରନ ସଂକ୍ରମଣ ବଢ଼ୁଥିବାରୁ ନିର୍ବାଚନକୁ ମାସେ ଦୁଇମାସ ଘୁଞ୍ଚାଇବାକୁ ପ୍ରସ୍ତାବ ଦେଇଥିଲେ ଆହ୍ଲାବାଦ ହାଇକୋର୍ଟ । ଏହା ପରେ ନିର୍ବାଚନ କମିଶନ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସହ ଆଲୋଚନା କରିଥିଲେ । ଗତକାଲି ଏକ ଘଣ୍ଟା ଧରି ବୈଠକ ଚାଲିଥିଲା । ନିର୍ବାଚନ ହେବାକୁ ଥିବା ୫ଟି ରାଜ୍ୟର କୋଭିଡ ସ୍ଥିତି ନେଇ ବୈଠକରେ ଆଲୋଚନା ହୋଇଥିଲା । ସଂକ୍ରମଣ ଓ ଟିକାକରଣର ସ୍ଥିତି ସଂପର୍କରେ ପଚାରି ବୁଝିଥିଲେ ନିର୍ବାଚନ କମିଶନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.