Below header

ଯାଜପୁର : ବରୀ ଶଙ୍କରାକୁଳ ଗାଁରେ ବଧୂହତ୍ୟା ଅଭିଯୋଗ, ଦେଢ଼ ବର୍ଷ ତଳେ ହୋଇଥିଲା ବାହାଘର

ଯାଜପୁର ଟାଉନ (କେ ନ୍ୟୁଜ୍‌) : ଯାଜପୁର ଜିଲ୍ଲାର ବରୀ ଥାନା ଅନ୍ତର୍ଗତ ଶଙ୍କରାକୁଳ ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଦେଢ଼ବର୍ଷ ତଳେ ବିଭା ହୋଇ ଘରକୁ ଆସିଥିବା ବୋହୂଙ୍କୁ ଶଶୁରଘର ଲୋକେ ମାଡ଼ ମାରି ହତ୍ୟା କରିଥିବା ଝିଅର ବାପଘର ଲୋକେ ଅଭିଯୋଗ ଆଣିଛନ୍ତି।
ସୂଚନା ଅନୁସାରେ, ଯାଜପୁର ସଦର ଥାନାର ଉପର ବରୁହାଁ ଗ୍ରାମର ବ୍ରଜ କିଶୋର ଦାସଙ୍କ ଝିଅ ତୁଳସୀ ବରୀ ଥାନାର ଶଙ୍କରାକୁଳ ଗ୍ରାମର ଭିକାରୀ ମଲ୍ଳିକଙ୍କ ପୁଅ ରାମ ମଲ୍ଳିକଙ୍କୁ ୨୦୧୮ ମସିହା ଏପ୍ରିଲ ମାସରେ ବିବାହ କରିଥିଲେ। ବିବାହ ସମୟରେ ଦାବି ମୁତାବକ ସମସ୍ତ ଯୌତୁକ ଦିଆ ଯାଇଥିଲେ ମଧ୍ୟ ଶ୍ୱଶୂର ଘର ଲୋକ ଅଧିକ ଯୌତୁକ ଦାବି କରି ଆସୁଥିଲେ। ଏନେଇ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ପୂର୍ବରୁ ଦୁଇ ପକ୍ଷ ଲୋକଙ୍କ ଭିତରେ ଆଲୋଚନା ହୋଇ ତୁଳସୀଙ୍କ ପରିବାର ଲୋକେ ଲୋକ ଟଙ୍କା ଦେବେ ବୋଲି କଥା ହୋଇଥିଲା। ତା ସତ୍ତ୍ବେ ଘରେ ସ୍ବାମୀ ନଥିବା ଅବସ୍ଥାରେ ନଣନ୍ଦମାନେ ତୁଳସୀଙ୍କୁ ବହୁ ନିର୍ଯାତନା ଦେଇ ଚାଲିଥିଲେ। ଗତକାଲି ଶ୍ୱଶୁର ଘର ଲୋକ ତୁଳସୀଙ୍କୁ ମାଡ଼ ମାରିବା ସହ ପେଜ ଢାଳି ପୋଡ଼ି ମାରି ଦେଇଥିବା ଖବର ପାଇ ବାପଘର ଲୋକ ସେଠାରେ ପହଞ୍ଚି ଲା ବେଳକୁ ଝିଅ ମରି ସାରିଥିଲା । ଅଭିଯୋଗ ପାଇବା ପରେ ପୋଲିସ୍‌ ଘଟଣାର ତଦ୍ନତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.