Below header

ପରକୀୟା ପ୍ରୀତି ଧରା ପଡିଯିବା ପରେ ପ୍ରେମିକ ସହ ମିଶି ସ୍ୱାମୀର ଜୀବନ ନେଇ ଘରେ ପୋତିଦେଲା ସ୍ତ୍ରୀ

ନୟାଗଡ଼ ଜିଲ୍ଲାରେ ଚାଞ୍ଚଲ୍ୟ । ପରକୀୟା ପ୍ରୀତି ଧରା ପଡିଯିବା ପରେ ପ୍ରେମିକ ସହ ମିଶି ସ୍ୱାମୀକୁ ମାରି ଘରେ ପୋତିଥିଲା ସ୍ତ୍ରୀ । ଘର ଭିତରୁ ମାଟି ଖୋଳି ମୃତଦେହ ବାହାର କଲା ପୋଲିସ । ଓଡଗାଁ ଥାନା କୋମଣ୍ଡ ଗାଁରୁ ଆସିଛି ଏହି ଅମାନୁଷିକ କାଣ୍ଡ ।

ନୟାଗଡ଼ (କେନ୍ୟୁଜ): ନୟାଗଡ଼ ଜିଲ୍ଲାରେ ଚାଞ୍ଚଲ୍ୟ । ପରକୀୟା ପ୍ରୀତି ଧରା ପଡିଯିବା ପରେ ପ୍ରେମିକ ସହ ମିଶି ସ୍ୱାମୀକୁ ମାରି ଘରେ ପୋତିଥିଲା ସ୍ତ୍ରୀ । ଘର ଭିତରୁ ମାଟି ଖୋଳି ମୃତଦେହ ବାହାର କଲା ପୋଲିସ । ଓଡଗାଁ ଥାନା କୋମଣ୍ଡ ଗାଁରୁ ଆସିଛି ଏହି ଅମାନୁଷିକ କାଣ୍ଡ ।

ମୃତକ ହେଲେ ପ୍ରକାଶ ନାୟକ । ସେ ୨୦ଦିନ ହେବ ନିଖୋଜ ଥିଲେ । ଏ ନେଇ ପ୍ରକାଶଙ୍କ ବାପା ଗୋକୁଳ ନାୟକଓ ଡଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ଛାନଭିନ୍ ଆରମ୍ଭ କରିଥିଲା କରିଥିଲା ପୋଲିସ । ସ୍ଥାନୀୟ ଓଡଗାଁ ମ୍ୟାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋତା ଯାଇଥିବା ଗାତ ଖୋଳି ମୃତଦେହ ବାହାର କରିଛି ।

ସ୍ତ୍ରୀ ଜ୍ୟୋସ୍ନାରାଣୀ ନାୟକ, ଶାଶୁ ଡ଼ମଣି ପ୍ରଧାନ ଓ ପ୍ରେମିକ ସୋନୁ ବେହେରାକୁ ପୋଲିସ ନିଜ ହେପାଜତରେ ରଖି କ୍ରାଇମ ରିକ୍ରିଏସନ ପରେ ମୃତଦେହ ଉଦ୍ଧାର କରାଯାଇଛି  । ଗାଁରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ଫୋର୍ସ ମୁତୟନ କରାଯାଇଛି ।  ସାଇଣ୍ଟିଫିକ ଟିମ ସହ ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.