କେନ୍ଦ୍ରାପଡ଼ା ରାଜନୀତିରେ ନୂଆ ସମୀକରଣ: ଆଜି ବିଜେଡିରେ ସାମିଲ ହେବେ ଅଂଶୁମାନ ମହାନ୍ତି

କେନ୍ଦ୍ରାପଡ଼ା ରାଜନୀତିରେ ନୂଆ ସମୀକରଣ । ଆଜି ବିଜେଡିରେ ସାମିଲ ହେବେ ଅଂଶୁମାନ ମହାନ୍ତି । ରାଜନଗର ପୂର୍ବତନ ବିଧାୟକ ତଥା ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତି ଆଜି ବିଜେଡିରେ ସାମିଲ ହୋଇ ପାରନ୍ତି ।

କେନ୍ଦ୍ରାପଡ଼ା(କେନ୍ୟୁଜ):  କେନ୍ଦ୍ରାପଡ଼ା ରାଜନୀତିରେ ନୂଆ ସମୀକରଣ । ଆଜି ବିଜେଡିରେ ସାମିଲ ହେବେ ଅଂଶୁମାନ ମହାନ୍ତି । ରାଜନଗର ପୂର୍ବତନ ବିଧାୟକ ତଥା ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତି ଆଜି ବିଜେଡିରେ ସାମିଲ ହୋଇ ପାରନ୍ତି । ରାଜନଗର ନିର୍ବାଚନମଣ୍ଡଳୀର ଶତାଧିକ ସମର୍ଥକଙ୍କ ସହ ଶଂଖ ଭବନରେ ବିଜେଡିରେ ଆନୁଷ୍ଠାନିକ ଭାବେ ଯୋଗ ଦେବେ ବୋଲି ସୂଚନା ରହିଛି ।

ଅପରାହ୍ନ ୫ଟା ବେଳେ ଶଂଖ ଭବନ ଆସି ବିଜେଡିରେ ଯୋଗ ଦେବେ । ରାଗନଗର ନିର୍ବାଚନମଣ୍ଡଳୀ ଅଧୀନ ସମସ୍ତ ପଞ୍ଚାୟତ ଓ ୱାର୍ଡରୁ ସଂଗଠକ ଓ ସମର୍ଥକଙ୍କ ସହ ସେ ବିଜେଡିରେ ଯୋଗ ଦେଉଛନ୍ତି । ସେ କେନ୍ଦ୍ରାପଡ଼ାରୁ ବିଜେଡିରେ ସାଂସଦ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଛି । ଗତ ୧୪ ତାରିଖରେ ଅଂଶୁମାନ ମହାନ୍ତି କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ।

ତାଙ୍କ ଇସ୍ତଫା ପରେ ସେ କେଉଁ ଦଳକୁ ଯିବେ ସେ ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା । ୨୦୧୪ରେ ରାଜନଗରରୁ କଂଗ୍ରେସ ଟିକେଟରେ ବିଧାୟକ ହୋଇଥିଲେ ଅଂଶୁମାନ ମହାନ୍ତି । ତାଙ୍କ ବାପା ନଳିନୀକାନ୍ତ ମହାନ୍ତି ପୂର୍ବରୁ ରାଜନଗରରୁ ସାତ ଥର ବିଧାୟକ ହୋଇଥିଲେ । ୧୯୭୭ ମସିହାରୁ ୨୦୦୯ ଯାଏ ସେ ଲଗାତାର ବିଧାୟକ ଥିଲେ । ତାଙ୍କ ବାପା ନଳୀନି କାନ୍ତ ମହାନ୍ତି ୭ ଥର ବିଧାୟକ ଥିଲେ । ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଥିଲେ ନଳିନୀକାନ୍ତ ମହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.