ବାପାଙ୍କ ସାକ୍ଷାତକାର ପରେ ମୁହଁ ଖୋଲିଲେ ରବିନ୍ଦ୍ର ଜାଡ଼େଜା, ପରିବାରରେ ଚାଲିଛି ବିବାଦ

ଜାଡ଼େଜାଙ୍କ ବାପା ଅନିରୁଦ୍ଧ ସିଂ ନିକଟରେ ଏକ ଇଣ୍ଟରଭ୍ୟୁରେ ନିଜ ପୁଅ ଓ ବୋହୂଙ୍କୁ ନେଇ ଏମିତି କିଛି କହିଥିଲେ, ଯାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ରିପୋର୍ଟ ଅନୁଯାୟୀ, ଅନିରୁଦ୍ଧ ତାଙ୍କ ପୁଅ ଏବଂ ବୋହୂ ରିବାବା ଜାଡ଼େଜାଙ୍କଠାରୁ ଅଲଗା ରହୁଥିବା ବିଷୟରେ କହିଛନ୍ତି ।

ନିକଟରେ ଭାରତୀୟ କ୍ରିକେଟ ଟିମ୍‌ ର ଅଲରାଉଣ୍ଡର ରବିନ୍ଦ୍ର ଜାଡ଼େଜାଙ୍କ ପରିବାରରେ ଦେଖାଦେଇଛି ବିବାଦ । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଜାଡ଼େଜାଙ୍କ ବାପା ଅନିରୁଦ୍ଧ ସିଂ ନିକଟରେ ଏକ ଇଣ୍ଟରଭ୍ୟୁରେ ନିଜ ପୁଅ ଓ ବୋହୂଙ୍କୁ ନେଇ ଏମିତି କିଛି କହିଥିଲେ, ଯାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ରିପୋର୍ଟ ଅନୁଯାୟୀ, ଅନିରୁଦ୍ଧ ତାଙ୍କ ପୁଅ ଏବଂ ବୋହୂ ରିବାବା ଜାଡ଼େଜାଙ୍କଠାରୁ ଅଲଗା ରହୁଥିବା ବିଷୟରେ କହିଛନ୍ତି । ଜାଡ଼େଜାଙ୍କ ପିତା ମଧ୍ୟ ତାଙ୍କ ପତ୍ନୀଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଛନ୍ତି । କିନ୍ତୁ ଏହାରି ଭିତରେ ରବିନ୍ଦ୍ର ଜାଡ଼େଜା ସ୍ପଷ୍ଟୀକରଣ ଦେଇଛନ୍ତି । ସେ ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି ଯେ ତାଙ୍କ ବାପାଙ୍କ ସାକ୍ଷାତକାରରେ ପ୍ରକାଶିତ ଥିବା ସମସ୍ତ କଥା ଭିତ୍ତିହୀନ । ଜାଡ଼େଜା ଲେଖିଛନ୍ତି ଯେ ଅନେକ ଜିନିଷ ଅଛି ଯାହା ମୁଁ ସୋସିଆଲ ମିଡିଆରେ ଲେଖିବାକୁ ଚାହେଁ ନାହିଁ । ତେବେ ଆସନ୍ତୁ ଜାଣିବା ଜାଡ଼େଜାଙ୍କ ବାପା ନିଜ ପୁଅ ଓ ବୋହୁଙ୍କୁ ନେଇ ଏମିତି କଣ କହିଛନ୍ତି ?

ରବିନ୍ଦ୍ର ଜାଡ଼େଜାଙ୍କ ପିତା ଅନିରୁଦ୍ଧ ସିଂଙ୍କ ଏକ ନ୍ୟୁଜ୍‌ ଏଜେନ୍ସିକୁ ସାକ୍ଷାତକାର ଦେଉଥିବା ସମୟରେ ଜାଡ଼େଜାଙ୍କ ବିଷୟରେ କିଛି ଟିପ୍ପଣୀ ଦେଇଥିଲେ । ଏହି ସାକ୍ଷାତାକାରରେ ଜାଡ଼େଜାଙ୍କ ବାପା ଜାଡ଼େଜାଙ୍କ ସ୍ତ୍ରୀ ରିବାବା ଜାଡ଼େଜାଙ୍କ ବିରୋଧରେ ଅନେକ ଅଭିଯୋଗ କରିଛନ୍ତି । ସାକ୍ଷାତକାରରେ ଅନିରୁଦ୍ଧ ସିଂ କହିଛନ୍ତି ଯେ ତାଙ୍କ ପୁଅ ରବିନ୍ଦ୍ର ଜାଡ଼େଜା ଏବଂ ରିବାବାଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ । ଅନିରୁଦ୍ଧ ସେମାନଙ୍କଠାରୁ ଅଲଗା ରୁହନ୍ତି । ଏହା ସହିତ ଏହି ସାକ୍ଷାତକାରରେ ଅନେକ ବଡ଼ ଜିନିଷ ମଧ୍ୟ ଲେଖାଯାଇଛି । ଅନିରୁଦ୍ଧ ଏବଂ ରବିନ୍ଦ୍ର ଜାଡ଼େଜା ଗୋଟିଏ ସହରରେ ରହୁଥିଲେ ମଧ୍ୟ ଅନିରୁଦ୍ଧ ତାଙ୍କ ନାତୁଣୀର ଚେହେରା ଦୀର୍ଘ ୫ ବର୍ଷ ହେବ ଦେଖି ନାହାନ୍ତି । ରବିନ୍ଦ୍ର ଜାଡ଼େଜା ଏବଂ ତାଙ୍କ ବାପା ଅଲଗା ହୋଇ ରୁହନ୍ତି । ଏ ସମ୍ପର୍କରେ ରବିନ୍ଦ୍ର ଜାଡ଼େଜା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି ଏବଂ ସ୍ପଷ୍ଟୀକରଣ ଦେଇଛନ୍ତି ।

ଜାଡ଼େଜା ନିଜ ଟ୍ଵିଟର ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏଥିରେ ସେ ଗୁଜରାଟୀ ଭାଷାରେ ଲେଖିଛନ୍ତି, ସାକ୍ଷାତକାରରେ କୁହାଯାଇଥିବା ସମସ୍ତ କଥା ମିଥ୍ୟା । ମୋର ଏବଂ ମୋ ସ୍ତ୍ରୀଙ୍କ ପରିଚୟ ଖରାପ କରିବାକୁ ଚେଷ୍ଟା କରାଯାଉଛି । ମୋର ମଧ୍ୟ ବହୁତ କିଛି କହିବାକୁ ବାକି ଅଛି । କିନ୍ତୁ ମୁଁ ସମସ୍ତ କଥା ସର୍ବସାଧାରଣରେ କହିବାକୁ ଚାହୁଁ ନାହିଁ ।

ସୂଚନା ଥାଉ କି ରବିନ୍ଦ୍ର ଜାଡ଼େଜା ବର୍ତ୍ତମାନ ତାଙ୍କ ଘର ଠାରୁ ଦୂରରେ ଅଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ପାଇଁ ଖେଳିଥିଲେ। କିନ୍ତୁ ଆହତ ହୋଇଯିବା କାରଣରୁ ଦ୍ୱିତୀୟ ମ୍ୟାଚରୁ ବାହାରେ ରହିଥିଲେ । ତେବେ ବର୍ତ୍ତମାନ ଜାଡ଼େଜା ତୃତୀୟ ଟେଷ୍ଟ ପାଇଁ ପୁଣି ଥରେ ଟିମ୍ ଇଣ୍ଡିଆରେ ଯୋଗ ଦେଇ ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.