Below header

ଆଜି ପାରାଦ୍ୱୀପରେ ୩ ନୂଆ ପ୍ରକଳ୍ପର ହେବ ଶିଳାନ୍ୟାସ, ନିବେଶ ହେବ ପ୍ରାୟ ୯୦ ହଜାର କୋଟି

ଆଜି ପାରାଦ୍ୱୀପରେ ୩ ନୂଆ ପ୍ରକଳ୍ପର ହେବ ଶିଳାନ୍ୟାସ । ୩ ପ୍ରକଳ୍ପରେ ନିବେଶ ହେବ ପ୍ରାୟ ୯୦ ହଜାର କୋଟି । ବୈଦ୍ୟୁତିକ ଯାନ ଓ ବ୍ୟାଟେରୀ ପାଇଁ ୪୦ ହଜାର କୋଟିର ଏମଓୟୁ ପରେ ଓଡ଼ିଶା ଶିଳ୍ପାୟନ ଯାତ୍ରାରେ ଆଜି ଯୋଡ଼ି ହେବ ଆଉ ଏକ ନୂଆ ଅଧ୍ୟାୟ । ପାରାଦୀପରେ JSW-ଉତ୍କଳ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ଶୁଭ ପଡ଼ିବ ।

ପାରାଦ୍ୱୀପ(କେନ୍ୟୁଜ): ଆଜି ପାରାଦ୍ୱୀପରେ ୩ ନୂଆ ପ୍ରକଳ୍ପର ହେବ ଶିଳାନ୍ୟାସ । ୩ ପ୍ରକଳ୍ପରେ ନିବେଶ ହେବ ପ୍ରାୟ ୯୦ ହଜାର କୋଟି । ବୈଦ୍ୟୁତିକ ଯାନ ଓ ବ୍ୟାଟେରୀ ପାଇଁ ୪୦ ହଜାର କୋଟିର ଏମଓୟୁ ପରେ ଓଡ଼ିଶା ଶିଳ୍ପାୟନ ଯାତ୍ରାରେ ଆଜି ଯୋଡ଼ି ହେବ ଆଉ ଏକ ନୂଆ ଅଧ୍ୟାୟ । ପାରାଦୀପରେ JSW-ଉତ୍କଳ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ଶୁଭ ପଡ଼ିବ ।

ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏରସମା ବ୍ଲକ ଢିଙ୍ଗିଆ ପଞ୍ଚାୟତର ଚାରିଦେଶରେ ଇଣ୍ଟିଗ୍ରେଟେଡ୍ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବ JSW । ନିବେଶ କରିବ ୬୫ ହଜାର କୋଟି ଟଙ୍କା । ବାର୍ଷିକ ୧୩.୨ ମିଲିୟନ ମେଟ୍ରିକ୍ ଟନ କ୍ଷମତାସମ୍ପନ୍ନ କାରଖାନା ନିର୍ମାଣ ହେବ । ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଲେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭବେ ୭୦ହଜାରରୁ ଅଧିକ ଲୋକଙ୍କୁ ନିଯୁକ୍ତି ମିଳିବ । ଏହାକୁ ନେଇ ଅଞ୍ଚଳବାସୀ ବେଶ୍ ଖୁସି ।

ସେହିପରି ନିଜସ୍ବ ବ୍ୟବହାର ପାଇଁ ବାର୍ଷିକ ୫୨ ମିଲିଅନ୍ ମେଟ୍ରିକ୍ ଟନ୍ ପଣ୍ୟକାରୀ ଗ୍ରୀନଫିଲଡ ଜେଟି ବି କରିବ JSW । ପୋସ୍କୋ ପାଇଁ ଅଧିକୃତ ଜାଗାରେ ନିର୍ମାଣ ହେବ ଜେଏସଡବ୍ଲୁ-ଉତ୍କଳ ଷ୍ଟିଲ ପ୍ଲାଣ୍ଟ । ପାରାଦୀପ ପ୍ରକଳ୍ପ ହେବ ଅନ୍ୟତମ ବଡ଼ ଇସ୍ପାତ କାରଖାନା ।

ସେହିପରି ଆଉ ଦୁଇଟି ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । MTPA ଗ୍ରୀନ ଆମୋନିଆ କାରଖାନାର ଶିଳାନ୍ୟାସ ହେବ। ଏଥିରେ ୨୨ ହଜାର କୋଟିର ପୁଂଜି ନିବେଶ ହେବ ୪ ହଜାର ଯୁବବର୍ଗଙ୍କୁ କର୍ମ ନିଯୁକ୍ତି ମଳିବ । ସେହିପରି MTPA ଅତ୍ୟାଧୁନି ରାସାୟନିକ କାରଖାନା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ଏଥିରେ ୫୦୦ କୋଟିର ପୁଞ୍ଜି ନିବେଶ ହେବ । ୮୦୦ରୁ ଅଧିକ ଯୁବବର୍ଗଙ୍କୁ କର୍ମ ନିଯୁକ୍ତି ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.