ଆଜିଠୁ ଆରମ୍ଭ ହେବ ପ୍ରସିଦ୍ଧ ଖଣ୍ଡିଗିରି ମାଘମେଳା
ଆଜିଠୁ ଆରମ୍ଭ ହେବ ପ୍ରସିଦ୍ଧ ଖଣ୍ଡିଗିରି ମାଘମେଳା । ସାଧୁମୟ ହୋଇଛି ଖଣ୍ଡଗିରି ପାଦଦେଶ । ଏକାଠି ହୋଇଛନ୍ତି ରାଜ୍ୟ ଓ ରାଜ୍ୟ ବାହାରର ସାଧୁସନ୍ଥ। ୯ ଦିନ ଧରି ସାଧୁସନ୍ଥଙ୍କ ମନ୍ତ୍ରୋଚାରଣ ସାଙ୍ଗକୁ ପୂଜାପାଠରେ ମୁଖରିତ ହେବ ଖଣ୍ଡଗିରି ପାଦଦେଶ ।
ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ ଆରମ୍ଭ ହେବ ପ୍ରସିଦ୍ଧ ଖଣ୍ଡିଗିରି ମାଘମେଳା । ସାଧୁମୟ ହୋଇଛି ଖଣ୍ଡଗିରି ପାଦଦେଶ । ଏକାଠି ହୋଇଛନ୍ତି ରାଜ୍ୟ ଓ ରାଜ୍ୟ ବାହାରର ସାଧୁସନ୍ଥ। ୯ ଦିନ ଧରି ସାଧୁସନ୍ଥଙ୍କ ମନ୍ତ୍ରୋଚାରଣ ସାଙ୍ଗକୁ ପୂଜାପାଠରେ ମୁଖରିତ ହେବ ଖଣ୍ଡଗିରି ପାଦଦେଶ ।
ଆଜି ପ୍ରଥମେ ପଞ୍ଚତୀର୍ଥ ପୁଷ୍କରଣୀରେ ସାଧୁସନ୍ଥ ମାନେ ବୁଡ଼ ପକାଇବା ସହ ଧୁନି ଜାଳି ଯଜ୍ଞ କାର୍ଯ୍ୟ ଆରମ୍ଭ କରିବେ। ପ୍ରତିଦିନ ମେଳାରେ ଲକ୍ଷାଧିକ ଲୋକଙ୍କ ଭିଡ଼ ଜମିବ। ଏହାକୁ ଦୃଷ୍ଟିରେ ରଖି BMC ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ଭିଡକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି। ଖଣ୍ଡିଗିରି ମେଳା ଅବସରରେ ୯ ଦିନ ଧରି ଅପେରା ଲଢ଼େଇର ମଜା ଉଠାଇବେ ରାଜଧାନୀବାସୀ।