ରେଳ ଧାରଣା ଉପରେ ବାଇକରେ ଷ୍ଟଣ୍ଟ କରୁଥିଲେ ଯୁବକ, ଦେଖନ୍ତୁ କଣ ହେଲା ଅବସ୍ଥା

 ଆଜିଯାଏ ଅନେକ ଦୁର୍ଘଟଣା ଆପଣ ମାନଙ୍କ ସାମ୍ନାକୁ ଆସିଥିବ । ହେଲେ ଏମିତି ଦୁର୍ଘଟଣା କଥା ବହୁତ କମ୍ ଶୁଣିବାକୁ ପାଇଥିବେ । ଏ ଘଟଣାଟି ହେଉଛି ବାଣୀବିହାର ନିକଟରେ ରେଳ ଧାରଣାରେ ଘଟିଥିବା ହୃଦୟ ବିଦାରକ ଦୁର୍ଘଟଣା ।

ଭୁବନେଶ୍ୱର(କେନ୍ୟୁଜ): ଆଜିଯାଏ ଅନେକ ଦୁର୍ଘଟଣା ଆପଣ ମାନଙ୍କ ସାମ୍ନାକୁ ଆସିଥିବ । ହେଲେ ଏମିତି ଦୁର୍ଘଟଣା କଥା ବହୁତ କମ୍ ଶୁଣିବାକୁ ପାଇଥିବେ । ଏ ଘଟଣାଟି ହେଉଛି ବାଣୀବିହାର ନିକଟ ରେଳ ଧାରଣାରେ ଘଟିଥିବା ହୃଦୟ ବିଦାରକ ଦୁର୍ଘଟଣାର । ଘଟଣା କେମିତି ହେଲା କଣ ହେଲା କେହି କହି ପାରୁନଥିବା ବେଳେ ପୋଲିସ ଏବଂ ସେବା ଟ୍ରଷ୍ଟର ପ୍ରଦୀପଙ୍କ ଠାରୁ ମିଳିଛି କିଛି ତଥ୍ୟ । ତଥ୍ୟ ଅନୁସାରେ ଗତ ବୁଧବାର ଥିଲା ପ୍ରେମ ଦିବସ ବା ଭାଲେଣ୍ଟାନ୍ ଡେ। ସବୁ ଆଡେ ଟିକେ ଅଲଗା ପ୍ରକାରର ମାହୋଲ ଥିଲା । ତେବେ ଏହି ଦିବସରେ ବାଣୀବିହାର ରେଳ ଧାରଣା ଉପରେ ଜଣେ ଯୁବକଙ୍କ ଅଜବ କାରନାମା ଦେଖିବାକୁ ମିଳିଥିଲା ।

ଟ୍ରେନ ଟ୍ରାକ ଉପରେ ଚଳାଉଥିଲେ ବାଇକ । କିଏ ରୋଡ଼ ଉପରେ କୌଶଳ ପ୍ରଦର୍ଶନ କରୁଥିଲା ବେଳେ ଏହି ଯୁବକ ରେଳ ଧାରଣା ଉପରେ ବାଇକ ଷ୍ଟଣ୍ଟ ଦେଖାଉଥିଲେ ବୋଲି କହୁଛନ୍ତି। ଆଉ ନିଜକୁ ତିସମାରଖାନ ଭାବୁ ଥିଲେ । କିନ୍ତୁ ଲୌହଦାନବକୁ କେହି ସାମ୍ନା କରିବା ଏତେ ସହଜ କଥା ନୁହେଁ । ତେବେ ଷ୍ଟଣ୍ଟ କରୁଥିବା ଯୁବକଙ୍କର ଅବସ୍ଥା କଣ ହୋଇଥିବ କହିଲେ ଦେଖି । ଯାହା ଭାବୁଛନ୍ତି ଠିକ୍ । ବାଇକ ସହିତ ପୁରା ଖଣ୍ଡବିଖଣ୍ଡିତ ହୋଇଯାଇଥିଲେ ଯୁବକ । ଯାହାର କିଛି ସତ୍ତା ନଥିଲା । ବାଇକଟି ଚୁରମାର ହୋଇଯାଇଥିଲା ଟ୍ରେନ ଆଗରେ ।

ପରେ ଆଉ ଗୋଟିଏ କଥା ବି ଶୁଣିବାକୁ ମିଳିଥିଲା କି, ଉକ୍ତ ଯୁବକ ନିଜ ବାଇକକୁ ସେହି ଟ୍ରେନ ଚଳାଚଳ ରାସ୍ତାରେ ପାର କରାଉଥିବା ସମୟରେ ଦୁର୍ଘଟଣା ଘଟିଥାଇପାରେ ବୋଲି ରେଲୱେ ପୋଲିସ ଅନୁମାନ କରୁଛି । ରାତ୍ରୀ ୧୨ଟା ପରେ ଯେହେତୁ ଏହି ଘଟଣା ଘଟିଛି କେମିତି ଘଟିଛି କେଉଁ ପରିପ୍ରେକ୍ଷୀରେ ଏଭଳି ଦୁର୍ଘଟଣା ଘଟିଛି ପୋଲିସ ତଦନ୍ତ ଜାରି ରଖିଛି । କିନ୍ତୁ କେଉଁ ଟ୍ରେନ ଦ୍ୱାରା ଏହି ଘଟଣା ଘଟିଛି ତାହା ଟିକେ ସ୍ପଷ୍ଟ ହୋଇପାରିନାହିଁ ବୋଲି ରେଲୱେ ପୋଲିସ । ଆଉ ଗୋଟିଏ ବଡ ଖୁଲାସା କରିଛି ପୋଲିସ । ଉକ୍ତ ଯୁବକଙ୍କୁ ଯେଉଁ ଗାଡି ସହିତ ଉଦ୍ଧାର କରାଯାଇଥିଲା ସେ ଗାଡିଟି ରାଉଲକେଲା ଅଂଚଳର ଥିଲା ।

ହେଲେ ଗାଡିଟି ଯାହାର ଥିଲା ସେ ଗାଡିଟି ଅନେକ ଦିନ ତଳୁ କୁଆଡେ ଚୋରୀ ହୋଇଯାଇଥିଲା । ଆଉ ଗୋଟିଏ କଥା ମୃତ ଯୁବକଙ୍କ ପରିଚୟ ମିଳିପାରି ନାହିଁ । ଘଟଣା ସ୍ଥଳରୁ ପୋଲିସ ଗୋଟିଏ ଭଙ୍ଗା ମୋବାଇଲ ଅଂଶ ପାଇଛି ସେଥିରୁ ଯୁବକଙ୍କ ପରିଚୟ ମିଳି ପାରିବ ବୋଲି ଆଶା ପୋଷଣ କରିଛି । ଆଗକୁ ଦେଖିବାକୁ ବାକିରହିଲା ଯୁବକ ଜଣକ କିଏ? କଣ କରନ୍ତି ? କେଉଁଭଳି ପରିସ୍ଥିତିରେ ମରଣ ମୁହଁରେ ପହଁଚିଲେ ?

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.