Below header

ତାଳଚେର କୋଲିୟରୀ ଥାନା ସବ ଇନ୍ସପେକ୍ଟର ସୁମିତ୍ରା ପାତ୍ର ନିଲମ୍ବିତ, ଯୌତୁକ ନିର୍ଯାତନା ଜନିତ ଅଭିଯୋଗକୁ ଗୁରୁତ୍ୱ ଦେଇନଥିବା ଅଭିଯୋଗ

ତାଳଚେର(କେନ୍ୟୁଜ୍): ତାଳଚେର କୋଲିୟରୀ ଥାନା ସବ ଇନ୍ସପେକ୍ଟର ସୁମିତ୍ରା ପାତ୍ର ନିଲମ୍ବିତ । ଯୌତୁକ ନିର୍ଯାତନା ଜନିତ ଅଭିଯୋଗକୁ ଗୁରୁତ୍ୱ ଦେଇନଥିବା ଅଭିଯୋଗରେ ସସପେଣ୍ଡ । ଏକ ଯୌତୁକ ନିର୍ଯାତନା ଅଭିଯୋଗର ତଦନ୍ତକାରୀ ଅଫିସର ଥିଲେ ସୁମିତ୍ରା । ଅଭିଯୋଗର ୧୧ ଦିନ ପରେ ପୀଡିତା ଆତ୍ମହତ୍ୟା କରିଥିଲେ । ଝିଅର ମୃତ୍ୟୁ ପରେ ପୀଡିତାଙ୍କ ପରିବାର ଲୋକ ଉତ୍ତର କେନ୍ଦ୍ରାଞ୍ଚର ଡିଆଇଜିଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହାର ତଦନ୍ତ କରି ଡିଆଇଜି କୋଲିୟରୀ ଥାନାର ତଦନ୍ତକାରୀ ଅଫିସର ସୁମିତ୍ରା ପାତ୍ରଙ୍କୁ କାର୍ଯ୍ୟରେ ଅବହେଳା ଅଭିଯାଗରେ ସସପେଣ୍ଡ କରାଯାଇଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.