Below header

ମୋହନା: ବନ୍ଦ ଘରୁ ଉଦ୍ଧାର ହେଲା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ, ପାରିବାରିକ କଳହକୁ ନେଇ ଉଠୁଛି ସନ୍ଦେହ

ମୋହନା(କେନ୍ୟୁଜ୍): ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ହାଟପଦା ଠାରେ ଘଟିଛି ଅଭାବନୀୟ ଘଟଣା । ବନ୍ଦ କଠୋରୀରୁ ଉଦ୍ଧାର ହୋଇଛି ମହିଳାଙ୍କ ଅର୍ଦ୍ଦ ଦଗ୍ଧ ମର ଶରୀର । ମୃତ ମହିଳା ଜଣକ ହେଲେ କର୍ଚ୍ଚବାଡି ପଞ୍ଚାୟତର କନ୍ଧ ଅଡବା ଗ୍ରାମର ପଙ୍କଜ ନାୟକ । ସେ ସାତ ଦିନ ତଳେ ଗଞ୍ଜାମ ଜିଲ୍ଲା ଆସ୍କାର ଅନାଦି ଜେନାଙ୍କୁ ପ୍ରେମ ବାବାହ କରିଥିଲେ। ବିବାହ ପରେ ଚନ୍ଦ୍ରଗିରି ଗ୍ରାମର ହାଟପଦା ଠାରେ ପୁରୁଷୋତ୍ତମ ଉଠାଣସିଂଙ୍କ  ଏକ ଭଡାଘରେ ରହୁଥିଲେ । କିନ୍ତୁ ସ୍ୱାମୀ ଅନାଦି ପଙ୍କଜକୁ ବାରମ୍ବାର ମାରପିଟ କରୁଥିବା ହେତୁ ଦୁଇ ଦିନ ତଳେ ଘରମାଲିକଙ୍କ ଝିଅ ଗୀତାଞ୍ଜଳୀ ଉଠାଣସିଂଙ୍କ ସହ ମିଶି ଚନ୍ଦ୍ରଗିରି ଫାଣ୍ଡିରେ ଅଭିଯୋଗ ଜଣାଇଥିଲେ । ହେଲେ ଆଜି ଉକ୍ତ ଘରୁ ଧୁଆଁ ବାହାରୁଥିବା ଦେଖି ସାହି ପଡିସା ପୋଲିସକୁ ଖବର ଦେଇଥିଲେ।  ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବନ୍ଦ ଘରେ ପଙ୍କଜଙ୍କ ଦରପୋଡା ମୃତ ଦେହ ପଡିଥିବାର ଦେଖିବାକୁ ପାଇଥିଲା। ତେବେ ମୃତ ମହିଳାଙ୍କ ସ୍ବାମୀ ଅନାଦି ଫେରାର ଥିବା ବେଳେ ଏହି ଘଟଣାର ତଦନ୍ତ ଜାରି ରଖିଛି ମୋହନା ପୋଲିସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.