ଅନ୍‌ଲାଇନ୍‌ରେ ମାଗଣାରେ ପଢନ୍ତୁ ପ୍ରିୟ ପାରିବାରିକ ବନ୍ଧନ ‘କାଦମ୍ବିନୀ’, ଘରେ ଖୁସିରେ କଟିଯିବ ସମୟ

କରୋନାର ମୁକାବିଲା ଲାଗି ସାରା ବିଶ୍ଵ ଏବେ ସଂଘର୍ଷ କରୁଛି । ଏହି ସମୟରେ ସତର୍କ ଓ ସଚେତନ ରହିଲେ ହିଁ ଆମେ ସୁରକ୍ଷିତ ରହିପାରିବା । ସମସ୍ତେ ଏବେ ଘରେ ରହି ନିଜ ପରିବାର ସହ ସମୟ ବିତାଉଛନ୍ତି । ଏହି ସମୟରେ ସମୟ କାଟିବା ପାଇଁ କିଛି ପଢାପଢି କଲେ ଆହୁରି ଭଲ ଲାଗିବ I ସେଥିପାଇଁ ରାଜ୍ୟର ଏକମାତ୍ର ଓ ସବୁଠାରୁ ଲୋକପ୍ରିୟ ପାରିବାରିକ ପତ୍ରିକା ‘କାଦମ୍ବିନୀ’ ଏକ ପ୍ରୟାସ କରିଛି I ଦୀର୍ଘ ୨୦ ବର୍ଷ ଧରି ‘କାଦମ୍ବିନୀ’ ରାଜ୍ୟ ତଥା ରାଜ୍ୟ ବାହାରେ ରହୁଥିବା ଓଡ଼ିଆମାନଙ୍କୁ ଏକସୂତ୍ରରେ ବାନ୍ଧିବାର ଉଦ୍ୟମ ଜାରି ରଖିଛି । “ପ୍ରିୟ ପାରିବାରିକ ବନ୍ଧନ: ଆମର, ଆପଣମାନଙ୍କର, ଆମ ସମସ୍ତଙ୍କର”କୁ ଗୁରୁତ୍ୱ ଦେଇଆସିଛି I

iti samantaଏହି କଷ୍ଟକର ସମୟରେ ଘରେ ରହି ପଢିବା ପାଇଁ ‘କାଦମ୍ବିନୀ’ ତା’ର ପ୍ରିୟ ପାଠକମାନଙ୍କ ଲାଗି ଉପହାର ଭାବେ ଦେଉଛି ଫେବୃଆରୀ ଓ ମାର୍ଚ୍ଚ ସଂଖ୍ୟା I ବାହାରକୁ ନଯାଇ ଘରେ ରହି ଆପଣମାନେ ‘କାଦମ୍ବିନୀ’ ପଢନ୍ତୁ । ଏଭଳି ଅନୁରୋଧ କରିଛନ୍ତି କାଦମ୍ବିନୀ ଓ କୁନିକଥାର ସମ୍ପାଦିକା ଡ. ଇତି ସାମନ୍ତ । ଆଗକୁ ମଧ୍ୟ ‘କାଦମ୍ବିନୀ’ ଏହି ପ୍ରୟାସ ଜାରି ରଖିବ I ଘରେ ରହି ‘କାଦମ୍ବିନୀ’ ପଢନ୍ତୁ ଓ ସୁସ୍ଥ ରୁହନ୍ତୁ ବୋଲି ସେ କହିଛନ୍ତି ।
ତଳେ ଦିଆଯାଇଥିବା ଏହି ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ । ଆପଣଙ୍କୁ ଉଭୟ ଫେବ୍ରୁଆରୀ ଓ ମାର୍ଚ୍ଚ ମାସର କାଦମ୍ବିନୀ ଅନ୍‌ଲାଇନ୍‌ରେ ପଢ଼ିବାର ସୁଯୋଗ ମିଳିବ ।

https://kadambini.org/kadambini-february-2020/
https://kadambini.org/kadambini-march-2020/

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.