କରୋନାରୁ ବଞ୍ଚିବା ପାଇଁ ରାଷ୍ଟ୍ରପତି ଟ୍ରମ୍ପଙ୍କ ପରାମର୍ଶ ମାନି ଚାଲିଗଲା ବ୍ୟକ୍ତିଙ୍କ ପ୍ରାଣ, ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ପତ୍ନୀ

କରୋନା ଭାଇରସରୁ ବଞ୍ଚିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ପରାମର୍ଶ ମାନିବା ଜଣେ ବ୍ୟକ୍ତିଙ୍କ ଉପରେ ଭାରି ପଡିଯାଇଛି । କରୋନା ଭାଇରସରୁ ବଞ୍ଚିବା ଚକ୍କରରେ ଉକ୍ତ ବ୍ୟକ୍ତିଜଣକ ନିଜ ପ୍ରାଣ ହରାଇ ବସିଛନ୍ତି । ସୂଚନା ଅନୁଯାୟୀ ଉକ୍ତ ବ୍ୟକ୍ତି ଓ ତାଙ୍କ ପତ୍ନୀ ଟ୍ରମ୍ପଙ୍କ ପରାମର୍ଶ ପାଳନ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଟ୍ରମ୍ପ ଯେଉଁ ମେଡ଼ିସିନର ନାମ କହିଥିଲେ ସେହିଭଳି ଆଉ ଏକ ମେଡ଼ିସିନ ଏମାନେ ଖାଇଦେଇଥିଲେ । ଯେଉଁ କାରଣରୁ ପତିଙ୍କର ମୃତ୍ୟୁ ହୋଇ ଯାଇଥିବା ବେଳେ ପତ୍ନୀ ଜଣକ ଏବେ ହସ୍ପିଟାଲରେ ଜୀବନ ସହ ସଂଗ୍ରାମ କରୁଛନ୍ତି ।

ସୂଚନା ଅନୁଯାୟୀ ଏକ ଦମ୍ପତ୍ତି କରୋନା ଭାଇରସ ସଂକ୍ରମଣରୁ ବଞ୍ଚିବା ପାଇଁ ମାଛ ଟାଙ୍କିକୁ ସଫା କରାଯାଉଥିବା କେମିକାଲକୁ ପିଇଦେଇଛନ୍ତି । ତେବେ ପତି ପତ୍ନୀଙ୍କୁ ଲାଗିଥିଲା ଯେ ଏହା ସେହି ଔଷଧ ଯାହା କଥା ରାଷ୍ଟ୍ରପତି ଟ୍ରମ୍ପ ପ୍ରେସ କନ୍ଫରେନ୍ସ ଜରିଆରେ କହିଥିଲେ । ତେବେ ଏହି କେମିକାଲ ପିଇବା ମାତ୍ରେ ଦୁହିଁଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଯାଇଥିଲା ଏବଂ ମାତ୍ର ୩୦ ମିନିଟ ମଧ୍ୟରେ ଦୁଇଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପତିଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ତାଙ୍କ ପତ୍ନୀ ଏବେ ମୃତ୍ୟୁ ସହିତ ଲଢେଇ କରୁଛନ୍ତି ।

A man who died as Trump's 'advice' to avoid the Corona virus, died!

ଖବର ମୁତାବକ ପାଖାପାଖି ୬୦ ବର୍ଷ ବୟସର ଏହି ଦମ୍ପତ୍ତି Chloroquine phosphate ନାମକ ଏକ କେମିକାଲକୁ ପିଇଦେଇଥିଲେ । ଏହି କେମିକାଲର ବ୍ୟବହାର ମାଛ ଟାଙ୍କି ସଫା କରାଯିବା ପାଇଁ ବ୍ୟବହାର କରାଯାଇଥାଏ । ତେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ପ୍ରେସ କନ୍ଫରେନ୍ସ ଜରିଆରେ ଆଣ୍ଟି ମ୍ୟାଲେରିଆ ଡ୍ରଗ Hydroxychloroquine ବିଷୟରେ କହିଥିଲେ ଯାହାକି କରୋନା ଭାଇରସ ଚିକିତ୍ସାରେ ସାହାଯ୍ୟକାରୀ ହୋଇଥାଏ । ଯଦିଓ ଆମେରିକାର ଡାକ୍ତରମାନେ ଏହାକୁ ମାନନ୍ତି ନାହିଁ କାରଣ ସେମାନଙ୍କ କହିବା ଅନୁଯାୟୀ କେବଳ ପ୍ରାରମ୍ଭିକ ଅବସ୍ଥାରେ ଏହାର ସେବନ ଦ୍ୱାରା କିଛି ଲାଭ ମିଳିପାରେ କିନ୍ତୁ ଏହାକୁ ନେଇ ସେମାନେ ମଧ୍ୟ ସଠିକ ନୁହଁନ୍ତି ।

ତେବେ ଉକ୍ତ ଦମ୍ପତ୍ତି ରାଷ୍ଟ୍ରପତିଙ୍କ କହିବା ଅନୁଯାୟୀ Hydroxychloroquine ସ୍ଥାନରେ Chloroquine phosphate ପିଇଦେଇଥିଲେ ଯେଉଁ କାରଣରୁ ସେମାନଙ୍କୁ ନିଜ ଜୀବନ ହରାଇବାକୁ ପଡିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.