ରାଜ୍ୟରେ ତୁରନ୍ତ ଲାଗୁ ହେଉ ଆୟୁଷ୍ମାନ ଭାରତ, ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ୟଜ୍(ବ୍ୟୁରୋ): ରାଜ୍ୟରେ ତୁରନ୍ତ ଲାଗୁ ହେଉ ଆୟୁଷ୍ମାନ ଭାରତ । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗରୀବ ଲୋକଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ଆୟୁଷ୍ମାନ ଯୋଜନାକୁ ଏପରି ଘଡିସନ୍ଧି ମୁହୂର୍ତ୍ତରେ ତୁରନ୍ତ ଲାଗୁ କରନ୍ତୁ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । କରୋନା ଯୋଗୁ ରାଜ୍ୟବାସୀ ଏବେ ବଡ଼ ସଙ୍କଟର ସାମ୍ନା କରୁଛନ୍ତି । କେନ୍ଦ୍ର ସରକାର ଓଡ଼ିଶାବାସୀଙ୍କୁ ସହଯୋଗର ହାତ ବଢାଇବା ପାଇଁ ତତ୍ପର । ଏପରି ସଙ୍କଟରେ ଲୋକଙ୍କ ସହ ଦୃଢତାର ସହ ଛିଡା ହେବାର ସମୟ । ତେଣୁ ଖୁବ୍‌ ଶୀଘ୍ର ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.