Below header

କରୋନା ସତକର୍ତା ସତ୍ତ୍ୱେ ବାହାରିଥିଲେ ବୁଲିବାକୁ ,ପୁଲିସ କ’ଣ କଲା ଦେଖନ୍ତୁ ଏମାନଙ୍କ ହାଲ୍‌

କରୋନା ଭାଇରସ୍‌ କବଳରୁ ବଞ୍ଚିବା ପାଇଁ ସରକାରଙ୍କ କଡ଼ା ନିର୍ଦ୍ଦେଶ ଅଛି ଘରେ ରହିବା ପାଇଁ । ତଥାପି ଲୋକଙ୍କ ଚେତା ପଶୁନି । କୈାଣସି ନା କୈାଣସି କାମ ଆଳରେ ଲୋକେ ବାହାରକୁ ଚାଲିଆସୁଛନ୍ତି ।

କେହି କେହି ଛକଗୁଡ଼ିକରେ ଆସି ଟହଲ ମାରିବା ସହ ଗପ ଜମଉଥିବା ଦେଖିବାକୁ ମିଳୁଛି । ମହାରାଷ୍ଟ୍ରରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ଏବେ ୧୦୧ରେ ପହଞ୍ଚିଥିବା ବେଳେ ସରକାର କର୍ଫ୍ୟୁ ଜାରି କରିଛନ୍ତି ।

ତଥାପି ଲୋକଙ୍କ ଖାତିର ନାହିଁ ବିନା କାରଣରେ ଚାଲି ଆସୁଛନ୍ତି ବାହାରକୁ ବୁଲିବାକୁ । ଏମିତି ଲୋକଙ୍କ ଉପରେ ପୁଲିସ ନେଇଛି କଡ଼ା କାର୍ଯ୍ୟାନୁଷ୍ଠାନ । ବାହାରେ ବୁଲୁଥିବା ଏହି ଲୋକମାନଙ୍କୁ ବିଚ୍‌ ରାସ୍ତାରେ ବସ ଉଠ କରିଛି ପୋଲିସ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.