Below header

ସ୍ବାମୀଙ୍କୁ ନ୍ୟାୟ ଦେବା ଦାବିରେ ଚାନ୍ଦବାଲି ତହସିଲ ଅଫିସ୍ ଆଗରେ ମହିଳାଙ୍କ ଅନଶନ

ଚାନ୍ଦବାଲି: ଜମିଜମା ବାବଦକୁ କେନ୍ଦ୍ର କରି ଚଳିତ ମାସ ୪ ତାରିଖରେ ଚାନ୍ଦବାଲି ସହରର ଦିଲିପ ସାହୁ ନାମକ ଜଣେ ବ୍ୟକ୍ତିକୁ ତାର ପ୍ରତିପକ୍ଷ ବଜାର ଉପର ମାଡ ମାରିବା ସହ ଅଧାମରା କରି ଛାଡି ପଳାଇଥିଲେ । ଏହି ଘଟଣାରେ ଉଭୟ ତରଫରୁ ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ କଲାପରେ ପୋଲିସ ୨ଟି ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା।

ତେବେ ଦିଲିଫ ଚିକିତ୍ସିତ ହୋଇ ଘରକୁ ଫେରିବା ପରେ ନ୍ୟାୟ ଦାବିରେ ଦିଲିପ ଓ ତାଙ୍କ ପତ୍ନୀ ଚାନ୍ଦବାଲି ତହସିଲଦାର ଅଫିସ୍ ଆଗରେ ଅନଶନରେ ବସିଛନ୍ତି । ତେବେ ପୋଲିସ ଖବର ପାଇ ଅନଶନ ସ୍ଥଳରୁ ଦିଲିପକୁ ଥାନାକୁ ନେଇ ଯାଇଥିବା ବେଳେ ତାଙ୍କ ପତ୍ନୀ ଅନଶନରେ ସେମିତି ବସିଛନ୍ତି। ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରିଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରୁନାହିଁ ବୋଲି ଅଭିଯୋଗ କରିଛନ୍ତି ଦିଲିପଙ୍କ ପତ୍ନୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.