Below header

ଦେଶରେ ୨୭ ଲକ୍ଷ ପାର ହେଲା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ୫୫ ହଜାର ୦୭୮ ନୂଆ ମାମଲା

ଦେଶରେ କରୋନା ସଂକ୍ରମିତଙ୍କ ହାର ଦିନ କୁ ଦିନ ବଢ଼ିବାରେ ଲାଗିଛି । ମଙ୍ଗଳବାର ସକାଳ ସୁଦ୍ଧା ୫୫ ହଜାର ୦୭୮ ଟି ନୂଆ ମାମଲା ସାମ୍ନାକୁ ଆସିଛି । ଯେବେକି ମୋଟ ସଂକ୍ରମିତ ସଂଖ୍ୟା ୨୭ ଲକ୍ଷ ପାର ହୋଇଛି । ମୋଟ ଭାବରେ ଦେଖିବାକୁ ଗଲେ ସଂକ୍ରମଣ ସଂଖ୍ୟା ୨୭,୦୨,୭୪୨ରେ ପହଂଚିଛି ।ଗୋଟେ ପଟେ ସଂକ୍ରମିତଙ୍କ ସଂଖ୍ୟା ଏତେ ଛୁଇଁଥିବା ବେଳେ ସୁସ୍ଥତା ହାର ବି ବଢ଼ିବାରେ ଲାଗିଛି । ସେପଟେ ସଂକ୍ରମଣରୁ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ୧୯ ଲକ୍ଷ ପାର କରି ସାରିଲାଣି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ହୋଇଥିବା ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ଭିତରେ ୮୭୬ ଜଣଙ୍କ ମୃତ୍ୟୁ ହୋଇଛି । ମୋଟ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇ ୫୧,୭୯୭ ରେ ପହଂଚିଛି । ବର୍ତ୍ତମାନ ସୁଦ୍ଧା ୬,୭୩,୧୬୬ ଜଣକ ଉପଚାର ଚାଲିଥିବା ବେଳେ ୧୯,୭୭,୭୭୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଏହି ସଂକ୍ରମିତଙ୍କ ତାଲିକାରେ କିଛି ବିଦେଶୀ ନାଗରିକ ବି ସାମିଲ ଅଛନ୍ତି । ସୁସ୍ଥତା ହାର ବଢି ୭୩.୧୮ ପ୍ରତିଶତ ଛୁଇଁଛି । ଯେବେକି ମୃତ୍ୟୁ ହାର ୧.୯୨ ପ୍ରତିଶତ ଖସି ଆସିଛି । ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ବା ଆଇସିଏମଆର ଦ୍ୱାରା ଜାରି ହୋଇଥିବା ତଥ୍ୟ ଅନୁଯାୟୀ, ଦେଶ ବ୍ୟାପି ଅଗଷ୍ଟ ୧୭ ସୁଦ୍ଧା ୩୦,୯୪୧,୨୬୪ ନମୁନା ପରୀକ୍ଷଣ ସାରିଲାଣି । ଯାହା ମଧ୍ୟରୁ କେବଳ ସୋମବାରରେ ହିଁ ୮ ,୯୯,୮୬୪ ଜଣଙ୍କ ଯଞ୍ଚ ସାରିଛି । ଯାହାକି ଏବେ ପର୍ଯ୍ୟନ୍ତର ସର୍ବାଧିକ ଦୈନିକ ଯାଞ୍ଚ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.