ବାଲେଶ୍ୱର ବସ୍‌ଷ୍ଟାଣ୍ଡରେ STFର ଚଢ଼ାଉ: ୧୩୨୦ ଗ୍ରାମ ବ୍ରାଉନସୁଗର ଜବତ, ଅଭିଯୁକ୍ତ ଏସ୍‌କେ ରିୟାଜ୍‌ଉଦ୍ଦିନ ଗିରଫ

ବାଲେଶ୍ୱର: ବାଲେଶ୍ୱର ବସ୍‌ଷ୍ଟାଣ୍ଡରେ ଚଢ଼ାଉ କରି ୧୩୨୦ ଗ୍ରାମ ବ୍ରାଉନ ସୁଗର ଜବତ କରିଛି STF । ଘଟଣାରେ ସଂପୃକ୍ତି ଅଭିଯୋଗରେ ମାଷ୍ଟରମାଇଣ୍ଡ ଏମବିଏ ଛାତ୍ର ଏସ୍‌କେ ରିୟାଜୁଦ୍ଦିନକୁ ଗିରଫ କରିଛି STF। ଗିରଫ ପରେ ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ। ସେ ବାଲେଶ୍ୱରରୁ ବ୍ରାଉନସୁଗାର ନେଇ ଭୁବନେଶ୍ୱରରେ ବ୍ୟବସାୟ କରୁଥିବା ଅଭିଯୋଗ ହୋଇଛି।

ଏତେ ପରିମାଣର ଧଳା ଜହର ଆସିଲା କେଉଁଠୁ। ଏହା କେଉଁଠିକୁ ଚାଲାଣ ହେଉଥିଲା। ଏହା ପଛରେ ଆଉ କିଏ ସଂପୃକ୍ତ ଅଛନ୍ତି କି ନାହିଁ । ସେନେଇ ତନାଘନା ଚାଲିଛି। ଚଳିତ ବର୍ଷ ଏଯାଏ ୧୬.୭ କେଜି ବ୍ରାଉନସୁଗାର ଜବତ କରାଯାଇଛି। ୨୧ଟି ମାମଲାରେ ୪୧ ଜଣଙ୍କୁ ଗିରଫ କରିଛି STF।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.