ଏବେ ଗୃହପାଳିତ କୁକୁରଙ୍କ ଉପରେ ପଡ଼ିଛି କିମ ଜୋଙ୍ଗ ଉନଙ୍କ ନଜର, ମାରି ଖାଇବାକୁ ଦେଲେ ନିର୍ଦ୍ଦେଶ

ନିକଟରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ପୁଣି ଏକ ଆଶ୍ଚର୍ଯ୍ୟକର ନିର୍ଦ୍ଦେଶ ଦେଇ ଚର୍ଚ୍ଚାକୁ ଆସିଛନ୍ତି, ସେ ବର୍ତ୍ତମାନ ଗୃହପାଳିତ କୁକୁରମାନଙ୍କୁ ଧରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ଉକ୍ତ କୁକୁରମାନଙ୍କର ମାଲିକମାନେ ଭୟ କରୁଛନ୍ତି ଯେ ଏହି ଗୃହପାଳିତ ପଶୁ ଦେଶରେ ଚାଲିଥିବା ଖାଦ୍ୟ ସଙ୍କଟକୁ ଦୂର କରିବା ପାଇଁ ବ୍ୟବହାର କରାଯାଇପାରେ । ଏହାପୂର୍ବରୁ ଜୁଲାଇ ମାସରେ କିମ ଜୋଙ୍ଗ ଉନ ଗୃହପାଳିତ କୁକୁରମାନଙ୍କୁ ରଖିବା ଆଇନ ବିରୁଦ୍ଧ ବୋଲି ଘୋଷଣା କରିଥିଲେ । ଉତ୍ତର କୋରିଆର ଚୋସୁନ୍ ଇଲବୋ ନାମକ ଏକ ନ୍ୟୁଜ୍ ପେପରରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ କିମ ଜୋଙ୍ଗ କହିଛନ୍ତି ଯେ କୁକୁରମାନଙ୍କୁ ଘରେ ରଖିବା ପୁଞ୍ଜିବାଦୀ ବିଚାରଧାରାକୁ ନିମ୍ନ ସ୍ତରକୁ ନେଇଥାଏ । ଗୃହପାଳିତ କୁକୁରମାନଙ୍କୁ ରଖାଯାଇଥିବା ଘରଗୁଡ଼ିକୁ ଉତ୍ତର କୋରିଆ ପ୍ରଶାସନ ଚିହ୍ନଟ କରିଛି। ଆଉ ତାପରେ ଏହି କୁକୁରଗୁଡିକୁ ଦେବା ପାଇଁ ପ୍ରଶାସନ ଲୋକଙ୍କୁ ବାଧ୍ୟ କରୁଛି ।

କୁହାଯାଉଛି ଯେ କିଛି କୁକୁରକୁ ସରକାରୀ ପ୍ରାଣୀ ଉଦ୍ୟାନକୁ ପଠାଯାଇଛି ନଚେତ ମାଂସ ଦୋକାନରେ ବିକ୍ରି କରାଯାଇଛି। କରୋନା ସଙ୍କଟ ମଧ୍ୟରେ ଉତ୍ତର କୋରିଆ ଖାଦ୍ୟ ସଙ୍କଟ ସହ ସଂଘର୍ଷ କରୁଛି । ସୂଚନା ଅନୁଯାୟୀ ଉତ୍ତର କୋରିଆ ଜନସଂଖ୍ୟାର 60% ଖାଦ୍ୟ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ଆଗକୁ ଏହା ଅଧିକ ଗମ୍ଭୀର ହେବାକୁ ଯାଉଛି ବୋଲି ସୂଚନା ମିଳିଛି ।

Those Puppy Dog Eyes You Can't Resist? Thank Evolution - The New ...

ଉତ୍ତର କୋରିଆ ଉପଦ୍ୱୀପରେ କୁକୁର ମାଂସ ବହୁତ ପସନ୍ଦ କରାଯାଇଥାଏ । ଯଦିଓ ଦକ୍ଷିଣ କୋରିଆରେ କୁକୁର ଖାଇବା ଅଭ୍ୟାସ ଧୀରେ ଧୀରେ ଶେଷ ହେବାକୁ ଯାଉଛି କିନ୍ତୁ ଦକ୍ଷିଣ କୋରିଆରେ ପ୍ରତିବର୍ଷ ପ୍ରାୟ 10 ଲକ୍ଷ କୁକୁର ଖିଆଯାଇଥାଏ । ଅନ୍ୟ ପଟେ ଉତ୍ତର କୋରିଆରେ ମଣିଷର ସର୍ବୋତ୍ତମ ବନ୍ଧୁ କୁକୁରକୁ ବଡ଼ ଆଦରର ସହିତ ଖାଇବା ପ୍ଲେଟରେ ବଢ଼ା ଯାଇଥାଏ । କୁକୁର ମାଂସ ପାଇଁ ରାଜଧାନୀ ପ୍ୟୋଙ୍ଗୟାଙ୍ଗରେ ଅନେକ ରେଷ୍ଟୁରାଣ୍ଟ ମଧ୍ୟ ରହିଛି ।

ଉତ୍ତର କୋରିଆରେ ଗରମ ଏବଂ ଆର୍ଦ୍ର ପାଗରେ କୁକୁର ମାଂସକୁ ଅଧିକ ପସନ୍ଦ କରାଯାଏ । ବିଶ୍ୱାସ କରାଯାଏ ଯେ କୁକୁର ମାଂସ ଖାଇ ଜଣେ ବ୍ୟକ୍ତି ଶକ୍ତିଶାଳୀ ହେବା ସହିତ ଷ୍ଟାମିନା ପାଇଥାଏ । ତେବେ ଉତ୍ତର କୋରିଆର ଅଧିକାଂଶ ସ୍ଥାନରେ ଧନୀଲୋକମାନେ କୁକୁରମାନଙ୍କ ସହିତ ସକାଳେ ବୁଲୁଥିବାର ନଜର ଆସିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.