Below header

ସଂସଦରେ କିସ୍ ର ଭୂୟସୀ ପ୍ରଶଂସା, କିସ୍ ର ଉଦାହରଣ ପାଇଁ ଗୃହର ସଦସ୍ୟମାନଙ୍କୁ କୃତଜ୍ଞତା ଜଣାଇଲେ ପ୍ରତିଷ୍ଠାତା ଶ୍ରୀ ସାମନ୍ତ

ସଂସଦରେ କିସ୍ ର ଭୂୟସୀ ପ୍ରଶଂସା । ବିଶ୍ୱର ସର୍ବବୃହତ ଜନଜାତି ଅନୁଷ୍ଠାନ କଳିଙ୍ଗ ଇଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସେସ୍ ସଂସଦରେ ପୁଣି ଥରେ ଉଚ୍ଚ ପ୍ରଶଂସିତ ହୋଇଛି ।

ସଂସଦରେ କିସ୍ ର ଭୂୟସୀ ପ୍ରଶଂସା । ବିଶ୍ୱର ସର୍ବବୃହତ ଜନଜାତି ଅନୁଷ୍ଠାନ କଳିଙ୍ଗ ଇଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସେସ୍ ସଂସଦରେ ପୁଣି ଥରେ ଉଚ୍ଚ ପ୍ରଶଂସିତ ହୋଇଛି । ଗୁରୁବାର ସଂସଦରେ ତେଲେଙ୍ଗାନା କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ବିଲ୍ ଆଗତ ସମୟରେ ଓଡ଼ିଶାରେ ମୁକ୍ତ ଶିକ୍ଷା ପାଇଁ ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା କିସ୍ ର ଉଦାହରଣ ଦିଆଯିବା ସହ ଏହାର ଉଚ୍ଚ ପ୍ରଶଂସା କରାଯାଇଥିଲା ।

ବିଲ୍ ଆଲୋଚନା ସମୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ଆରମ୍ଭ କରି ସାଂସଦ ଚନ୍ଦ୍ର ଶେଖର ସାହୁ, ଅଧିର ରଞ୍ଜନ ଚୌଧୁରୀ ଓ ରାଜୀବ ପ୍ରତାପ ରୁଡ଼ି ପ୍ରମୁଖ ଜନଜାତି ଶିକ୍ଷା ପାଇଁ କିସ୍ ର ଉଦାହରଣ ଦେଇ ଏହାର ଉଚ୍ଚ ପ୍ରଶଂସା କରିଥିଲେ ।

ଗୁରୁବାର ସଂସଦରେ ତେଲେଙ୍ଗାନା କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ବିଲ୍ ଆଗତ ସମୟରେ ଜନଜାତି ଶିକ୍ଷାରେ ବ୍ୟାପକ ସଂସ୍କାର ଓ ବିକାଶ ଆଣିଥିବା ଶିକ୍ଷାବିତ୍ ଓ ସମାଜସେବୀ ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରତିଷ୍ଠିତ କିସ୍ ର ଉଦାହରଣ ଦିଆଯିବା ସହ ଏହାର ଭୂୟସୀ ପ୍ରଶଂସା କରାଯାଇଥିଲା । ପୂର୍ବରୁ ବାଚସ୍ପତି ଓମ୍ ବିର୍ଲା ୨୦୧୯ରେ କିସ୍ ପରିଦର୍ଶନ କରିବା ପରେ ସଂସଦରେ କିସ୍ ଓ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରଶଂସା କରିଥିଲେ । ସେହପରି ୨୦୧୭ରେ ମଧ୍ୟପ୍ରଦେଶର ସାଂସଦ ଡ. ବୀରେନ୍ଦ୍ର କୁମାର ମଧ୍ୟ ସଂସଦରେ କିସ୍ ର ଭୂୟସୀ ପ୍ରଶଂସା କରିଥିଲେ । କିସ୍ ର ଉଦାହରଣ ନେବା ସହ ଏହାର ଉଚ୍ଚ ପ୍ରଶଂସା କରାଯାଇଥିବାରୁ ପ୍ରତିଷ୍ଠାତା ଶ୍ରୀ ସାମନ୍ତ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ଗୃହର ସଦସ୍ୟ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.