Below header

ଜାନୁୟାରୀ ୧୫ରୁ ଜମିବ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା, ଆଜି ସ୍ଥାପନ ହେଲା ଶୁଭ ଖୁଣ୍ଟି

ଶୁଭ ଖୁଣ୍ଟି ସ୍ଥାପନ ଉତ୍ସବ ସମାପନ । ୭୬ ତମ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ସ୍ଥାପନ ହେଲା ଶୁଭ ଖୁଣ୍ଟି । ଆସନ୍ତା ଜାନୁୟାରୀ ୧୫ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ବିଶ୍ବର ସର୍ବବୃହତ ଖୋଲା ରଂଗ ମଞ୍ଚରେ ଧନୁଯାତ୍ରା ।

ବରଗଡ଼ (କେନ୍ୟୁଜ): ଶୁଭ ଖୁଣ୍ଟି ସ୍ଥାପନ ଉତ୍ସବ ସମାପନ । ୭୬ ତମ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ସ୍ଥାପନ ହେଲା ଶୁଭ ଖୁଣ୍ଟି । ଆସନ୍ତା ଜାନୁୟାରୀ ୧୫ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ବିଶ୍ବର ସର୍ବବୃହତ ଖୋଲା ରଂଗ ମଞ୍ଚରେ ଧନୁଯାତ୍ରା । ବରଗଡ଼ ସହର ହେବ ମଥୁରା ନଗରୀ ଗୋପପୁର ପାଲଟିବ ଅମ୍ବାପାଲି । ଯମୁନା ନଦୀ ହୋଇଯିବ ଜୀରା ନଦୀ । କଂସ ମାମୁଁଙ୍କ ଅଟ୍ଟହାସ୍ୟରେ ପ୍ରକମ୍ପିତ ହେବ ବରଗଡ଼ ସହର ବା ମଥୁରା ନଗରୀ । କୃଷ୍ଣଙ୍କ ପ୍ରେମରେ ବିବୋହିତ ହେବେ ଅମ୍ବାପାଲି ବା ଗୋପପୁର । ଆଜି ମାଁ ସମଲେଶ୍ଵରୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା ପରେ ବରଗଡ଼ ସହର ହାଟପଦା ସ୍ଥିତ ସଞ୍ଚାର ପଡ଼ିଆରେ ହୋଇଛି ଶୁଭ ଖୁଣ୍ଟି ସ୍ଥାପନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.