Below header

ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

କଟକ(କେନ୍ୟୁଜ୍‌) : ବିଧାନସଭା ଆଗରେ ନିଜ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ଏସ୍ସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ମୃତ୍ୟୁ ହୋଇଛି। ମୃତକ ହେଲେ ଦୁଷ୍ମନ୍ତ ଦାସ। ସେ କଟକସ୍ଥିତ ଏସ୍ସିବିରେ ଚିକିତ୍ସା ଅବହେଳା ଅଭିଯୋଗ କରି ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

cuttack medical death

ସୂଚନା ଅନୁଯାୟୀ, ଜଗତସିଂହପୁର ଜିଲ୍ଲା କୁଜଙ୍ଗ ପଙ୍କପାଳର ଯୁବକ ଦୁଷ୍ମନ୍ତ ଦାସ ଏସସିବିରେ ଚିକିତ୍ସା ଅବହେଳାକୁ ନେଇ ବିରୋଧ କରିବା ସହ ନିଜ ହାତ କାଟି ଦେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହା ପରେ ସେ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ତେବେ ଏହି ଘଟଣା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧର କରାଯାଇ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। କଟକ ଏସ୍‌ବିରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ, ଗତ ମାସ ୧୬ ତାରିଖରେ ଦୁଷ୍ମନ୍ତଙ୍କୁ ଏସ୍ସିବିର ଅସ୍ଥିଶଲ୍ୟ ବିଭାଗରେ ଭର୍ତ୍ତି କରାଯାଇଥିଲା। ପୂର୍ବରୁ ଏଠାରେ ଏକ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ସେ ଚାଲିବାକୁ ଅକ୍ଷମ ହୋଇପଡ଼ିଥିଲେ। ତାଙ୍କ ବାମ ଗୋଡ଼ ସଂପୂର୍ଣ୍ଣ ଭାବେ ଅଚଳ ହୋଇଯାଇଥିଲା। ସରକାରଙ୍କ ସହଯୋଗରେ ସେ ସୁସ୍ଥ ହୋଇଯିବେ ବୋଲି ପୁଣି ବଡ଼ ମେଡିକାଲକୁ ଆସିଥିଲେ। ହେଲେ ମେଡିକାଲରେ ୨୧ ଦିନ ପଡ଼ିରହିବା ପରେ ମଧ୍ୟ ତାଙ୍କର ଚିକିତ୍ସା ହୋଇପାରି ନଥିଲା। ଶେଷରେ ଦୁଷ୍ମନ୍ତ ବିଧାନସଭା ଆଗରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.