ଏସପିଙ୍କ ନାଁରେ ଫେକ୍ ଆକାଉଣ୍ଟ କରି ଲୋକଙ୍କୁ ଟଙ୍କା ମାଗୁଛନ୍ତି ଦୁର୍ବୃତ୍ତ

ଜଗତସିଂହପୁର(କେନ୍ୟୁଜ୍‌) : ଜଗତସିଂହପୁର ଜ଼ିଲ୍ଲା ରେ ଦିନକୁ ଦିନ ସାଇବର କ୍ରାଇମ ବଢ଼ିବାରେ ଲାଗିଛି  । ଲୋକଙ୍କୁ ବିଭିନ୍ନ ଆଳରେ ଲୁଟୁଛନ୍ତି ଲୁଟେରା  । ଫେସବୁକ ,ୱାଟ୍ସଆପ,ଇଂସ୍ଟIଗ୍ରାମ ଜରିଆରେ ଲୋକଙ୍କୁ ଲୁଟୁଛନ୍ତି  । ଏଥିରୁ ବାଦ ପଡି ନାହାନ୍ତି ଜ଼ିଲ୍ଲାର ଖୋଦ ପୋଲିସ ଏସ ପି ଅଖିଳେଶ୍‌ର ସିଂ ।

ଏସପିଙ୍କ ନାଁରେ ଫେକ୍ ଆକାଉଣ୍ଟ କରି ଟଙ୍କା ମାଗୁଛନ୍ତି ଦୁର୍ବୃତ୍ତ । ଏପରି ଘଟଣା ଦେଖାଯାଇଛି ଜଗତସିଂହପୁରରେ । ଦୁର୍ବୃତ୍ତମାନେ ଏସ୍‌ପିଙ୍କ ନାମରେ ଫେସବୁକରେ ଫେକ୍ ଆକାଉଣ୍ଟ ଖୋଲିଛନ୍ତି । ଜଗତସିଂହପୁର ଏସପି ଅଖିଳେଶ୍ୱର ସିଂଙ୍କ ନାଁରେ ଫେକ୍ ଫେକବୁକ୍ ଆକାଉଣ୍ଟ ଖୋଲି ଏଭଳି ଟଙ୍କା ମାଗୁଥିବା ଘଟଣା ସାମନାକୁ ଆସିଛି ।

ଏହା ଉପରେ ସ୍ପଷ୍ଟୀକରଣ ରଖିବା ସହ ସତର୍କ ରହିବାକୁ କହିଛନ୍ତି ଅଖିଳେଶ୍ୱର ସିଂ । ସେ କହିଛନ୍ତି, କିଏ ତାଙ୍କ ନାଁରେ ସୋସିଆଲ୍ ମିଡିଆରେ ଏଭଳି ଫେକ୍ ଆକାଉଣ୍ଟ କରିଛି ସେଥିପ୍ରତି ସେ ଧ୍ୟାନ ଦେବେ । ଯେଉଁମାନେ ଟଙ୍କା ମାଗୁଛନ୍ତି ସେମାନେ କିଏ ଓ ସେମାନଙ୍କ ବାବଦରେ ଅବଗତ ନହୋଇ କୌଣସି ପଦକ୍ଷେପ ନନେବାକୁ କହିଛନ୍ତି ଅଖିଳେଶ୍ୱର ସିଂ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.