Below header

ଜୀବନ ହାରିଲେ ସତ୍ୟବାନ, ପତ୍ନୀ ବାପ ଘରକୁ ପଳାଇଲେ ବୋଲି ହୃଦୟ ଭାଙ୍ଗିଗଲା

ଦେବଗଡ଼ (କେନ୍ୟୁଜ୍‌) : କିଏ ପ୍ରେମିକା ପାଇଁ ଜୀବନ ହାରୁଛି ହେଲେ ଆଜି ପତ୍ନୀ ବିରହରେ ଜୀବନ ହାରି ଦେଲେ ଜଣେ ଯୁବକ । ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ କଲା ଗ୍ରାମର ଜଣେ ଯୁବକ ନିଜ ସ୍ତ୍ରୀ ବିରହରେ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ କଲା ଗ୍ରାମ ତଅଁଳା ସାହିର ଅରକ୍ଷିତ ଦେହୁରୀଙ୍କ ୨୭ ବର୍ଷର ପୁଅ ସତ୍ୟବାନ ଦେହୁରୀ ଗତ ପ୍ରାୟ ୪ ବର୍ଷ ପୂର୍ବରୁ ଝାଡ଼ଖଣ୍ଡର ଆନନ୍ଦପୁର ଗ୍ରାମ ଆରତୀ ନାମ୍ନୀ ଜଣେ ଯୁବତୀଙ୍କୁ ବିବାହ କରିଥିଲେ l ତେବେ ଗତ ପ୍ରାୟ ଦଶ ଦିନ ପୂର୍ବରୁ କୌଣସି କାରଣରୁ ସ୍ତ୍ରୀ ଆରତୀ ଘର ଛାଡି ନିଜ ବାପ ଘରକୁ ଚାଲି ଯାଇଥିଲେ । ଫଳରେ ସତ୍ୟବାନ ମାନସିକ ଭାବେ ଭାଙ୍ଗି ପଡିଥିଲା l ଆଜି ପୂର୍ବାହ୍ନରେ ସତ୍ୟବାନ ନିଜ ଘରେ ଏକ ଛୁରୀ ସାହାଯ୍ୟରେ ନିଜ ପେଟକୁ ନିଜେ ଭୁସି ଦେଇଥିଲେ । ଏହା ଜଣାପଡ଼ିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ l ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ସତ୍ୟବାନଙ୍କ ମୃତ୍ୟୁ ଘଟିଛି । ଘଟଣାର ପୋଲିସ୍‌ ତଦନ୍ତ ଚାଲିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.