ନିଜ ପିଲାକୁ କିଏ ବାଡେଇଲା ବୋଲି ସ୍କୁଲରେ ପଶି ଛାତ୍ରଛାତ୍ରୀ ପିଟିଲେ ଜଣେ ଅଭିଭାବକ

ଯାଜପୁର ଟାଉନ(କେନ୍ୟୁଜ୍): ସ୍କୁଲରେ ପଶି ଛାତ୍ରଛାତ୍ରୀଙ୍କୁ ଜଣେ ଅଭିଭାବକଙ୍କ ଆକ୍ରମଣ। ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ସମଲପୁର କଲ୍ୟାଣପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ନିଜ ପିଲାଙ୍କୁ କୌଣସି ସାଙ୍ଗସାଥି ମାଡ଼ ମାରିଥିବା ଅଭିଯୋଗ କରି ଅଭିଭାବକ ଜଣକ ସ୍କୁଲ କ୍ୟାମ୍ପସରେ ପଶି ଅନ୍ୟ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଗାଁର ଅଭିମନ୍ୟୁ ଜେନା ସ୍କୁଲରେ ପଶି କେତେକ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରିଥିଲେ । ଏହାକୁ ନେଇ ସ୍କୁଲ ପରସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିମନ୍ୟୁକୁ ଅଟକ ରଖିଛି। ତାର ଅନ୍ୟ ଜଣେ ସହଯୋଗୀ ଫେରାର ହୋଇଯାଇଛି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.