କେନ୍ୟୁଜ୍ ବ୍ୟୁରୋ: ସମସ୍ତ ଗାଡ଼ି କମ୍ପାନୀ ପ୍ରତିଦ୍ୱନ୍ଦ୍ୱିତାରେ ଲାଗିପଡ଼ିଛନ୍ତି ଗ୍ରାହକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ, ଏହି ସମୟରେ ପ୍ରସିଦ୍ଧ ବାଇକ୍ ନିର୍ମାତା TVS ଅଟୋମୋବାଇଲ୍ସ ଫିଲ୍ଡରେ ନିଜର ସ୍ଥିତି ଜାହିର କରିବା ପାଇଁ ଏକ ପ୍ରୟାସ କରିଛି। କମ୍ପାନୀ ତାର 125cc ସ୍ପୋର୍ଟସ୍ ବାଇକ୍TVS Raider 125ର ନୂଆ ଭାରିଆଣ୍ଟ ଲଞ୍ଚ୍ କରିଛି। ଏଥିରେ ମୁଖ୍ୟ କଥା ହେଉଛି, କମ୍ପାନୀ ଆଜି ୧୯ ଅକ୍ଟୋବରରେ MOTOVERSE ଜରିଆରେ ଏହାକୁ ଲଞ୍ଚ୍ କରିଛି। କନେକ୍ଟେଡ୍ ରେଡର ୧୨୫, ଏହି ବାଇକ୍ର ଟପ୍ ଆଣ୍ଡ ଭାରିଆଣ୍ଟ ହେବ, ଯେଉଁଥିରେ କିଛି ଫାଷ୍ଟ କ୍ଲାସ ଫିଚର୍ସ ଦିଆଯାଇଛି।
ଏହାର ଫିଚର୍ସ:
ଆଧୁନିକ ଜ୍ଞାନ କୌଶଳରେ ନିର୍ମିତ ଏହି ବାଇକରେ କମ୍ପାନୀ ଭଲ ଭଲ ଫିଚର୍ସ ଦେଇଛି। ଦାମୀ ଗାଡ଼ିରେ ବ୍ୟବହୃତ ହେଉଥିବା ଟିଏଫ୍ଟି କନ୍ସୋଲ ମଧ୍ୟ ଏଥିରେ ଦିଆଯାଇଛି। ଏଥିରେ ବ୍ଲ୍ୟୁଟୁଥ୍ କନେକ୍ଟିଭିଟି, ଟର୍ଣ୍ଣ ବାଇ ଟର୍ଣ୍ଣ ନେଭିଗେସନ୍, କଲ୍ ଆଲର୍ଟ, ମେସେଜ୍ ନୋଟିଫିକେସନ୍ ଏବଂ ମ୍ୟୁଜିକ୍ ମଣ୍ଟ୍ରୋଲର ସୁବିଧା ବି ଦିଆଯାଇଛି।
ଏହି ବାଇକ୍ ଦେଖିବାକୁ ସ୍ପୋର୍ଟସ୍ ବାଇକ୍ ପରି, କିନ୍ତୁ ଏଥିରେ ରବର୍ଟ ଷ୍ଟାଇଲ୍ର ହେଣ୍ଡ ଲ୍ୟାମ୍ପ, ସାର୍ପ ଏକ୍ସଷ୍ଟେନ୍ସନ୍ ସ୍କଲ୍ପଡ୍ ଫୁଏଲ ଟ୍ୟାଙ୍କ ଏବଂ ସ୍ଲୀକ୍ ସେକ୍ସନ ମିଳିଥାଏ। ଏହି ବାଇକ୍ରେ 124.8cc, ସିଙ୍ଗଲ ସିଲେଣ୍ଡର, ଏୟାର କୋଲ୍ଡ, ଥ୍ରୀ ବଲ୍ବ ଇଞ୍ଜିନ୍, ଯାହାକୁ ଫାଇଭ୍ ସ୍ପିଡ୍ ଗିଅର ବକ୍ସ ସହିତ ଯୋଡ଼ା ଯାଇଛି।
ଏହି ଇଞ୍ଜିନ 7,500rpmରେ 11.2bhp ଏବଂ 6,000rpmରେ 11.2Nm ଟର୍କ ଜେନେରେଟ୍ କରିଥାଏ। ଏଥିରେ ୧୭ ଇଞ୍ଚ୍ର ଆଲୟ ହ୍ଵିଲ୍, ଟେଲିସ୍କୋପିକ୍ ପଙ୍କ୍ସ, ପେଟଲ ଟାଇପ୍ ଡିସ୍କ ଫ୍ରଣ୍ଟ ଏବଂ ବ୍ୟାକ୍ରେ ଡ୍ରମ୍ ବ୍ରେକ୍ ରହିଛି। ୧୦ ଲିଟର ଟ୍ୟାଙ୍କ ବିଶିଷ୍ଟ ଏହି ବାଇକ୍ର ଓଜନ ୧୨୩ କେ.ଜି. । TVS Raider 125ର ଏକ୍ସ-ଶୋରୁମ୍ ମୂଲ୍ୟ ୯୩,୪୮୯ ଟଙ୍କା ଏବଂ କନେକ୍ଟେଡ୍ ଭାରିଆଣ୍ଟର ମୂଲ୍ୟ ନିଶ୍ଚିତ ରୂପେ ସାମାନ୍ୟ ମହଙ୍ଗା ହେଇପାରେ।