କେଉଁଠି ଲାଣ୍ଡଫଲ୍‌ କରିବ ବାତ୍ୟା ? ବିଭିନ୍ନ ସମୟରେ ବଦଳୁଛି ଗତିପଥ

ଭୁବନେଶ୍ବର(କେନ୍ୟୁଜ୍): ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା କୁଆଡ଼େ ଯିବ ? ଓ୍ଵିଣ୍ଡିର ଦୁଇଟି ମଡେଲ୍‌ରୁ ଭିନ୍ନ ଭିନ୍ନ ଆକଳନ ହେଉଛି । ବିଭିନ୍ନ ସମୟରେ ବଦଳୁଛି ସମ୍ଭାବ୍ୟ ବାତ୍ୟାର ଗତିପଥ । ଗତକାଲି ଉତ୍ତର ଓଡ଼ିଶାରୁ ପଶ୍ଚିମବଙ୍ଗ ଭିତରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ ଓ୍ଵିଣ୍ଡିର ଦୁଇଟି ମଡେଲ୍‌ ପୂର୍ବାନୁମାନ କରିଥିଲେ । ଏବେ ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁ ହେବ ବୋଲି କହୁଛି ଓ୍ଵିଣ୍ଡି ମଡେଲ୍‌ । ୟୁରୋପିଆନ୍‌ ମଡେଲ୍‌ ECMWF ଦର୍ଶାଉଛି, ୨୪-୨୫ ତାରିଖ ମଧ୍ୟରାତ୍ରିରେ ପଶ୍ଚିମବଙ୍ଗ ଉପକୂଳର ଦୀଘା ପାଖରେ ଲାଣ୍ଡଫଲ୍‌ କରିପାରେ ବାତ୍ୟା ।

ଅର୍ଥାତ୍‌ ଉତ୍ତର ଓଡ଼ିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ମୁହାଁ ହେବ । ସେହିପରି ଆମେରିକାନ୍‌ GFS ମଡେଲ ଅନୁମାନ କରିଛି, ସମ୍ଭାବ୍ୟ ବାତ୍ୟା ବାଂଲାଦେଶ ପଳାଇବ । ୨୫ ତାରିଖ ସନ୍ଧ୍ୟାରୁ ରାତି ଭିତରେ କୁଆକତା ପାଖରେ ସ୍ଥଳଭାଗ ଅତିକ୍ରମ କରିପାରେ । ଓ୍ଵିଣ୍ଡିର ଉଭୟ ମଡେଲର ଆକଳନରେ ଭିନ୍ନତା ରହୁଛି । ତେଣୁ ଡିପ୍ରେସନ୍‌ ସୃଷ୍ଟି ହେବା ପରେ ବାତ୍ୟା ତୀବ୍ରତା ଓ ଗତିପଥ ସ୍ପଷ୍ଟ ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.