ମାତ୍ର ୫୪୯ ଟଙ୍କାରେ କିଣନ୍ତୁ Samsung ଫୋନ୍‌! ୧୫ ହଜାର ଟଙ୍କାର ଏହି ଫୋନ୍‌ରେ ରହିଛି 50MP କ୍ୟାମେରା

ଫ୍ଲିପକାର୍ଟର ବିଗ୍ ଦିୱାଲି ସେଲ୍‌ ସ୍ମାର୍ଟଫୋନ୍, ବୈଦ୍ୟୁତିକ ଓ ଘରୋଇ ଉପକରଣ ସମେତ ବିଭିନ୍ନ ପ୍ରଡକ୍ଟ ଉପରେ ଜବରଦସ୍ତ ଡିସ୍‌କାଉଣ୍ଟ ସହିତ ପୁଣିଥରେ ଆସିଛି। ଫ୍ଲିପକାର୍ଟ ବର୍ତ୍ତମାନ ସାମସଙ୍ଗ ଗାଲାକ୍ସି F13ରେ ବଢ଼ିଆ ଅଫର ଦେଉଛି। ଏହି ଶସ୍ତା ଫୋନକୁ ଆପଣ କମ୍ ମୂଲ୍ୟରେ କିଣି ପାରିବେ। ଫୋନରେ 6000mAh ବ୍ୟାଟେରୀ, 50 ମେଗାପିକ୍ସଲର ଟ୍ରିପଲ ରିୟର କ୍ୟାମେରା, 8 ମେଗାପିକ୍ସଲର ଫ୍ରଣ୍ଟ କ୍ୟାମେରା ଏବଂ 6.6 ଇଞ୍ଚର ଫୁଲ୍ HD + ଡିସପ୍ଲେ ମିଳୁଛି। ଆସନ୍ତୁ ଜାଣିବା ଅଫରର ସମ୍ପୂର୍ଣ୍ଣ ବିବରଣୀ…

Samsung Galaxy F13ର 64 GB ଭାରିଆଣ୍ଟର ମୂଳ ଦାମ୍‌ ହେଉଛି ୧୪,୯୯୯ ଟଙ୍କା। କିନ୍ତୁ ଫ୍ଲିପକାର୍ଟ ଏକ ବଢ଼ିଆ ଅଫର ଘୋଷଣା କରିଛି, ଯେଉଁଠି ଏହା ମାତ୍ର ୯୪୯୯ ଟଙ୍କାରେ ଆପଣଙ୍କର ହୋଇପାରେ। ବାସ୍ତବରେ, ଫ୍ଲିପକାର୍ଟ Galaxy F13ରେ ୩୬ ପ୍ରତିଶତ ଭାରୀ ରିହାତି ପ୍ରଦାନ କରୁଛି। ରିହାତି ପରେ ଏହାର ଦାମ୍‌ ୯୪୯୯ ଟଙ୍କା ହୋଇଯାଇଛି ଅର୍ଥାତ୍‌ ପୂରା ୫,୫୦୦ ଟଙ୍କାର ସଞ୍ଚୟ। ଆପଣ ଅନ୍ୟ ଅଫରର ଲାଭ ଉଠାଇ Galaxy F13ର ଦାମ୍‌କୁ ଆହୁରି କମ୍‌ କରି ପାରିବେ। Samsung Galaxy F13ର ଏକ ହାଇ 128 GB ଭାରିଆଣ୍ଟ ମଧ୍ୟ ଉପଲବ୍ଧ ରହିଛି, ଯାହା ମାତ୍ର ୧୦,୯୯୯ ଟଙ୍କାରେ ଆପଣଙ୍କର ହୋଇ ପାରେ।

Samsung Galaxy F13 ଉପରେ ଏକ୍ସଚେଞ୍ଜ ଅଫର ମଧ୍ୟ ଦିଆଯାଉଛି। ଯଦି ଆପଣ ନିଜ ପୁରୁଣା ସ୍ମାର୍ଟଫୋନରେ ଟ୍ରେଡ୍‌ କରନ୍ତି, ତା’ ହେଲେ ଆପଣ Galaxy F13ର ଦାମ୍‌ ଉପରେ ୮,୯୫୦ ଟଙ୍କା ପର୍ଯ୍ୟନ୍ତ ରିହାତି ପାଇ ପାରିବ। ଯଦିଓ ଟ୍ରେଡ୍‌-ଇନ୍‌ ରାଶି ଆପଣଙ୍କ ପୁରୁଣା ସ୍ମାର୍ଟଫୋନର ବ୍ରାଣ୍ଡ, ମଡେଲ ଏବଂ କଣ୍ଡିସନ ଉପରେ ନିର୍ଭର କରିଥାଏ। ଉଭୟ ଅଫର ମିଶାଇ Galaxy F13ର ଦାମ୍‌କୁ କମ୍‌ କରାଯାଇ ୫୪୯ ଟଙ୍କା କରି ଦିଆଯିବ। ଏହାଛଡ଼ା ଫ୍ଲିପକାର୍ଟ ଅନେକ ବ୍ୟାଙ୍କିଙ୍ଗ୍ ଅଫର୍ ମଧ୍ୟ ପ୍ରଦାନ କରୁଛି, ଯାହାକୁ ଉପଯୋଗ କରି ଆପଣ ଏହି ଡିଲକୁ ଆହୁରି ଅଧିକ ସୁଲଭ କରି ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.