Below header

ଭୁବନେଶ୍ୱର : ଜୟଦେବ ବିହାର ନିକଟରେ ଲୁଟ୍‌, ବରମୁଣ୍ଡା ଯାଏ ପିଛା କରି ଲୁଟେରାଙ୍କୁ ପାନେ ଦେଲେ ଯୁବକ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଖୁବ୍‌ ସାହସ ଦେଖାଇଲେ ଯୁବକ । ଲୁଟେରାଙ୍କୁ ଧରି ପାରିଲେ ନାହିଁ ସିନା ହେଲେ ପାନେ ଦେଇଛନ୍ତି ସେମାନଙ୍କୁ । ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ବେଳର ଘଟଣା । ଏତେ ଲୋକ ଗହଳି ଓ ଚଳପ୍ରଚଳ ଭିତରେ ଜୟଦେବ ବିହାର ଫ୍ଲାଏଓଭର ଉପରେ ତାଙ୍କ ଠାରୁ ଦୁଇଜଣ ଲୁଟେରା ମୋବାଇଲ୍‌ ଓ ୧୦ ହଜାର ଟଙ୍କା ଛଡ଼ାଇ ନେଲେ । ତେବେ ଲୁଟେରା ଦୁଇଜଣ ଏକ କଳା ବାଇକ୍‌ରେ ପଳାଇ ଯାଉଥିବା ବେଳେ ଲୁଟ୍‌ର ଶିକାର ଯୁବକ ଜଣକ ତାଙ୍କୁ ଗୋଡ଼ାଇଲେ । ସେମାନେ ବରମୁଣ୍ଡା ଫ୍ଲାଏଓଭର୍‌ ଆଡ଼କୁ ଚାଲି ଯାଇଥିଲେ । ସେମାନଙ୍କ ପିଛା କରି ଯୁବକ ଜଣକ ସେମାନଙ୍କୁ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ନିକଟରେ ଅଟକାଇ ପାରିଥିଲେ । ସେଠି ସେମାନଙ୍କ ସହ ଧସ୍ତାଧସ୍ତି ହେଲା ଓ ଯୁବକ ଜଣକ ଆଖପାଖ ଲୋକଙ୍କୁ ଡାକ ପକାଇଲେ । ଲୋକ ଜମା ହେବାର ଦେଖି ଭୟରେ ନିଜ ବାଇକ୍‌ ଛାଡ଼ି ଲୁଟେରା ଦୁଇଜଣ ଦୌଡ଼ି ପଳାଇଲେ । ଏହାପରେ ଯୁବକ ଜଣକ ଖଣ୍ଡଗିରି ଥାନାରେ ଏଫ୍‌ଆଇଆର ଦେଇଥିଲେ ଏବଂ ପୋଲିସ୍‌ ଲୁଟେରାଙ୍କ ନମ୍ବର ବିହୀନ ବାଇକ୍‌କୁ ଜବତ କରି ତଦନ୍ତ ଚଳାଇଛି ।

BIKE-1ଏହି ସାହସୀ ଯୁବକଙ୍କ ନାଁ ଶକ୍ତି ପ୍ରସାଦ ପୃଷ୍ଟି । ତାଙ୍କ ଘର ଚଣ୍ଡୀଖୋଲ ଅଞ୍ଚଳରେ । ସେ ଜାଗମରା ଅଞ୍ଚଳରେ ରୁହନ୍ତି । ନିଜ ଭଉଣୀଙ୍କ ସହ ଆଚାର୍ଯ୍ୟ ବିହାରରୁ ଜାଗମରା ଆସୁଥିବା ବେଳେ ଜୟଦେବ ବିହାର ଫ୍ଲାଏଓଭର୍‌ରେ ତାଙ୍କ ଠାରୁ ଲୁଟ୍‌ ହୋଇଥିଲା ।

BIKE-4

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.