Below header

ମଉଳିଗଲା ଆଉ ଏକ କୁନି କଳିକା, ୮ ବର୍ଷର କୁନି ଝିଅକୁ ଝୁଣି ଝୁଣି ମାରି ଦେଲେ ୧୬ ଜଣ ସମ୍ପର୍କୀୟ

ନିର୍ଭୟା ଓ ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣା ଲୋକଙ୍କ ମନରୁ ସମ୍ପୂର୍ଣ୍ଣ ଭାବେ ଲିଭିନଥିବା ବେଳେ ଏବେ ପୁଣିଥରେ ସେହିଭଳି ଏକ ହୃଦୟଥରା ଘଟଣା ଦେଖିବାକୁ ମିଳିଛି ଚେନ୍ନାଇରେ। ଚେନ୍ନାଇରେ ଏକ ୮ ବର୍ଷୀୟା କୁନି ଝିଅକୁ ୧୬ ଜଣ ସମ୍ପର୍କୀୟ ଝୁଣି ଝୁରି ମାରିଦେଇଛନ୍ତି। ଦୀର୍ଘ ସମୟ ଧରି ବାରମ୍ବାର ଦୁଷ୍କର୍ମ କରିବା ପରେ ଯନ୍ତ୍ରଣା ସହିନପାରି ଶେଷରେ ଆଖି ବୁଜିଛି କୁନି କଳିକା।

child-rape2

ରିପୋର୍ଟ ମୁତାବକ ଚେନ୍ନାଇରେ ମା’, ଭଉଣୀ ଓ ଦ୍ୱିତୀୟ ପିତାଙ୍କ ସହ ଝିଅଟି ରହୁଥିଲା। ରାତିରେ ଶୋଇଥିବା ବେଳେ ଝିଅର ପେଟରେ ପ୍ରବଳ ଯନ୍ତ୍ରଣା ହେଲା ଓ ବାଥରୁମ୍‌ରେ ସେ ଅଚେତ ହୋଇଯାଇଥିଲା। ପରିବାର ଲୋକେ ତାକୁ ତରନ୍ତ ମେଡିକାଲରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ସେଠାରେ ତାକୁ ମୃତ ଘୋଷିତ କରିଥିଲେ। ଦ୍ୱିତୀୟ ପିତାଙ୍କ କହିବାନୁସାରେ ଝିଅ ଖୁବ୍‌ ସାହସୀ ଥିଲା ଓ ଭବିଷ୍ୟତରେ ଜଣେ ପୋଲିସ ଅଫିସର ହେବାକୁ ଚାହୁଁଥିଲା।

rape child

ଏ ନେଇ ପୋଲିସରେ ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ପୋଲିସ ଅଧିକାରୀ କହିଛନ୍ତି ଯେ ଏହି ୮ ବର୍ଷର ଝିଅ ସହ ୨ ବର୍ଷ ପର୍ଯ୍ୟନ୍ତ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ୨୦୧୭ ମସିହାରେ ତାଙ୍କ ମା’ ପୋଲିସରେ ଅଭିଯୋଗ କରି କହିଥିଲେ ଯେ ୧୬ ଜଣ ସମ୍ପର୍କୀୟ ତାଙ୍କ ଝିଅ ଉପରେ ପାଶବିକ ଅତ୍ୟାଚାର କରିଥିଲେ। କେବଳ ଏତିକି ନୁହେଁ ତାଙ୍କ ଭଉଣୀ ସହ ମଧ୍ୟ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି।

rape child2

ତେବେ ଦୁଷ୍କର୍ମ ପରେ ଝିଅଟି ପ୍ରବଳ ଡରିଯାଇଥିଲା ଓ ସବୁବେଳେ ପେଟ ପୀଡ଼ା ହେଉଥିବା ନେଇ ଅଭିଯୋଗ କରୁଥିଲା। ସେ ପ୍ରାୟ ସମୟରେ ଏକୁଟିଆ ରହୁଥିଲା ବୋଲି ପରିବାର ଲୋକ କହିଛନ୍ତି। ସୂଚନାଯୋଗ୍ୟ ଯେ ୨୦୧୭ ମସିହାରେ କୌଣସି କାରଣ ବଶତଃ ତାଙ୍କ ମା’ ସ୍ୱାମୀଙ୍କଠୁ ଅଲଗା ହୋଇ ଚେନ୍ନାଇ ଚାଲିଆସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.