ନିର୍ଭୟା ଦୋଷୀଙ୍କ ଭୟ ବଢ଼ିଲା, ଭାବିନେଲେ ଯେ ‘ଏଥର ଫାଶୀ ସୁନିଶ୍ଚିତ’! ଜେଲ୍‌ ଭିତରେ ବିନୟ କରୁଛି ଏମିତି କାମ

ପଟିଆଲା ହାଉସ୍‌ କୋର୍ଟ ଗତ ସୋମବାର ନିର୍ଭୟା ଦୋଷୀଙ୍କ ଫାଶୀ ପାଇଁ ତୃତୀୟ ଥର ଡେଥ୍‌ ଓ୍ଵାରେଣ୍ଟ ଜାରି କରିଛନ୍ତି। ଯଦି କୌଣସି ଆଇନଗତ ବାଧା ନ ଉପୁଜେ, ତା’ହେଲେ ୪ ଦୋଷୀଙ୍କୁ ଆସନ୍ତା ମାର୍ଚ୍ଚ ୩ ତାରିଖ ସକାଳ ୬ଟାରେ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯିବ। କିନ୍ତୁ ସମସ୍ତ ଦୋଷୀ ଏବେ ପୁଣିଥରେ ଫାଶୀ ଟାଳିବା ପାଇଁ ଧପାବାଜି ଆରମ୍ଭ କରିଦେଇଛନ୍ତି।

a1

ସେପଟେ ଡେଥ୍‌ ଓ୍ଵରେଣ୍ଟ ଜାରି ହେବା ନେଇ ନିର୍ଭୟାଙ୍କ ମା’ ଖୁସିବ୍ୟକ୍ତ କରିଛନ୍ତି। ଏଥର ଦୋଷୀଙ୍କୁ ଫାଶୀ ସୁନିଶ୍ଚିତ ବୋଲି ସେ ଆଶା ରଖିଛନ୍ତି। ତିହାର ଜେଲ ପ୍ରଶାସନ ତରଫରୁ ଅତିରିକ୍ତ ସେସନ୍ସ ଡଜ୍‌ କୋର୍ଟରେ ଉପସ୍ଥିତ ସ୍ପେଶାଲ ପବ୍ଲିକ ପ୍ରୋସିକ୍ୟୁଟର ରାଜୀବ ମୋହନ କହିଛନ୍ତି ଯେ ‘ବିନୟ ଶର୍ମା, ଅକ୍ଷୟ କୁମାର ଓ ମୁକେଶ କୁମାର ସିଂର ସମସ୍ତ ଆଇନଗତ ବିକଳ୍ପ ସମାପ୍ତ ହୋଇଯାଇଛି। ପଓ୍ଵନ ଏ ପଯ୍ୟର୍ନ୍ତ ସଂଶୋଧକ ପିଟିସନ ଦାୟର କରିନାହିଁ। କୌଣସି ଦୋଷୀର କିଛି ପିଟିସନ ବିଚାରାଧୀନ ନାହିଁ। ତେଣୁ ଡେଥ୍‌ ଓ୍ଵାରେଣ୍ଟ ଜାରି କରାଯାଇଛି’।

a2

ଜେଲ୍‌ ସୂତ୍ରରୁ କୁହାଯାଇଛି, ପୁଣିଥରେ ଡେଥ୍‌ ଓ୍ଵାରେଣ୍ଟ ଜାରି ହେବା ପରେ ଦୋଷୀମାନଙ୍କ ମଧ୍ୟରେ ଛନକା ପଶିଯାଇଛି। ଅଧିକାରୀଙ୍କ ମୁତାବକ, ଦୋଷୀମାନେ ମାନିନେଇଛନ୍ତି ଯେ ସେମାନଙ୍କୁ ଫାଶୀ ନିଶ୍ଚିତ ଦିଆଯିବ। ଯେଉଁଥିପାଇଁ ସେମାନେ ନିଜ ସେଲ୍‌ରେ ହିଁ ଚୁପ୍‌ଚାପ ବସି ରହୁଛନ୍ତି। କିନ୍ତୁ ବିନୟ ସେଲ୍‌ ଭିତରେ ଖାଲି ଟହଲ ମାରୁଛି। ଜେଲ୍‌ ପ୍ରଶାସନ ତରଫରୁ ଦୋଷୀଙ୍କ ଉପରେ କଡ଼ା ନଜର ରଖାଯାଇଛି। ଏହାସହ ସିସିଟିଭି କ୍ୟାମେରା ଜରିଆରେ ସେମାନଙ୍କ କାଯ୍ୟର୍କଳାପ ଯାଞ୍ଚ କରାଯାଉଛି।

a5

ନୂଆ ଡେଥ୍‌ ଓ୍ଵାରେଣ୍ଟ ଜାରି ହେବା ପରେ ମଙ୍ଗଳବାର ଜେଲ୍‌ ଅଧିକାରୀମାନେ ଫାଶୀ ଘର ନିରୀକ୍ଷଣ କରିଥିଲେ। ବୁଧବାର ପୁଣିଥରେ ପବ୍ଲିକ ଓ୍ଵାର୍କସ୍‌ ଡିପାର୍ଟମେଣ୍ଟ ଅଧିକାରୀ ଫାଶୀ ଘରକୁ ତନ୍ନ ତନ୍ନ ଯାଞ୍ଚ କରିବେ। ଯଦି କୌଣସି ପ୍ରକାର ମରାମତିର ଆବଶ୍ୟକ ପଡ଼େ, ତା’ହେଲେ ଏହାକୁ ମରାମତି କରାଯିବ। ସେପଟେ ଜେଲ୍‌ ନମ୍ବର ୩ର ଅଧୀକ୍ଷକଙ୍କ କାଯ୍ୟର୍ାଳୟରେ ଦୋଷୀଙ୍କ ପରିବାରକୁ ନୂଆ ଡେଥ୍‌ ଓ୍ଵାରେଣ୍ଟ ଜାରି ହେବା ବିଷୟରେ ଔପଚାରିକ ଭାବେ ଜଣାଇବା ଲାଗି ପ୍ରସ୍ତୁତି ଚାଲିଛି।

People participate in a protest against the rape of an eight-year-old girl in Kathua near Jammu, and a teenager in Unnao, Uttar Pradesh state, in Mumbai

ଜେଲ୍‌ ଅଧିକାରୀଙ୍କ ସୂଚନା ମୁତାବକ, ଦିନେ ଦୁଇଦିନ ଭିତରେ ଦୋଷୀଙ୍କ ପରିବାର ଲୋକଙ୍କୁ ଶେଷ ସାକ୍ଷାତ ପାଇଁ ତାରିଖ କୁହାଯିବ। ଏ ନେଇ ଜେଲ୍‌ ଅଧିକାରୀ ଦୋଷୀମାନଙ୍କ ସହ କଥାବାର୍ତ୍ତା କରୁଛନ୍ତି। ସେମାନଙ୍କ କହିବା ଅନୁସାରେ ସେହି ତାରିଖ ଧାଯ୍ୟର୍ କରାଯିବ। ଯେ ପଯ୍ୟର୍ନ୍ତ ଅନ୍ତିମ ତାରିଖ ଧାଯ୍ୟର୍ କରାଯାଇନାହିଁ, ଅନ୍ୟଦିନ ଭଳି ସପ୍ତାହରେ ଦୁଇଦିନ ଦୋଷୀ ନିଜ ପରିବାର ଲୋକଙ୍କୁ ଭେଟିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.