Below header

ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ପନିକି ଧରି ହାତକୁ କାଟି ହେଲେ ଲହୁ ଲୁହାଣ

କରଞ୍ଜିଆ (କେନ୍ୟୁଜ୍‌) : ଯୁବକଙ୍କ ହାଇ ଭୋଲଟେଜ୍‌ ଡ୍ରାମା। ଆତ୍ମହତ୍ୟା ଉଦ୍ୟମ କରି ପନିକିରେ ହାତକୁ କାଟି କଲେ ଲହୁଲୁହାଣ। ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କରଞ୍ଜିଆ ଥାନା ଅନ୍ତର୍ଗତ ପିଛୁଳି ଗାଁ ରେ ଜଣେ ଯୁବକ ନିଜ ବାଇକ ପୋଡି ଦେଇଥିବାର ଅଭିଯୋଗ ହେଉଛି। ସେଠାରୁ ନିଜ ଘରକୁ ଆସିବା ପରେ ନିଜ ଘରକୁ ଭାଙ୍ଗିବାକୁ ଉଦ୍ୟମ ଆରମ୍ଭ କରିଥିଲେ । କିଛି ସମୟ ପରେ ନିଜ ଘର ଉପରକୁ ଉଠି ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରୁଥିଲେ । ଘର ଉପରେ ଦୁଇଟି ପନିକି ଏବଂ ଗୋଟିଏ ବୁଡ଼ିଆ ଧରି ଠିଆ ହେଇଗଲେ । ଯିଏ ପାଖକୁ ଯାଉଥିଲା ତାକୁ ଟାଇଲ ଛାଟି ମାରୁଥିଲେ ଏବଂ ନିଜେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଉଥିଲେ ।

ଖବର ପାଇ କରଞ୍ଜିଆ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଁଚି ଯୁବକକୁ ବୁଝେଇବାକୁ ଉଦ୍ୟମ କରିଥିଲେ । ଦୀର୍ଘ ୫ ଘଣ୍ଟା ପରେ ବି ପରିସ୍ଥିତି ଶାନ୍ତ ପଡି ନଥିଲା । ଉକ୍ତ ଯୁବକ ନିଜ ହାତକୁ କାଟି ରକ୍ତାକ୍ତ କରିଦେଇଥିଲେ। ଯୁବକଙ୍କ ଏଭଳି ଅବସ୍ଥା ଦେଖି ବାଧ୍ୟ ହୋଇ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘର ଉପରକୁ ଚଢି ଯୁବକଙ୍କୁ ଉଦ୍ଧାର କଲେ । ତାଙ୍କୁ ଡାକ୍ତରଖାନାକୁ ନେବା ସହିତ କଣ ପାଇଁ ଏହିପରି ପରିସ୍ଥିତି ସୃଷ୍ଟି ହେଲା ତାକୁ ନେଇ ତଦନ୍ତ ଚଳାଇଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.