ଘୁଞ୍ଚିଲା ଫରହାନଙ୍କ ଅଭିନୀତ ଫିଲ୍ମ “ତୁଫାନ”ର ରିଲିଜ ତାରିଖ

ଚଳିତ ମାସ ଅର୍ଥାତ ମେ ୨୧ ତାରିଖ ଶୁକ୍ରବାରରେ ରିଲିଜ ହେବାର ଥିଲା ବଲିଉଡ ଫିଲ୍ମ “ତୁଫାନ” । କିନ୍ତୁ ଏହାର ରିଲିଜକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି । ଏହି ଫିଲ୍ମରେ ମୁଖ୍ୟ ଭୂମିକା ତୁଲାଇଛନ୍ତି ଫାରହାନ ଅଖତାର । ଷ୍ଟାଫ ମାନଙ୍କୁ ସୁରକ୍ଷା ଦେବା ପାଇଁ ହିଁ ଏପରି ପଦକ୍ଷେପ ନିଆଯାଇଥିବା ନେଇ ମୁଖ୍ୟ କତ୍ତୃପକ୍ଷ ସୂଚନା ଦେଇଛନ୍ତି । କିନ୍ତୁ ଫିଲ୍ମ ରିଲିଜକୁ ନେଇ ପ୍ରାଇମ ଭିଡିଓ ବାବଦରେ କୌଣସି ସୂଚନା ଦିଆଯାଇନାହିଁ । ଗତ ବର୍ଷ ଅର୍ଥାତ ୨୦୨୦ ସେପ୍ଟେମ୍ବର ମାସରେ ଫିଲ୍ମ ତୁଫାନକୁ ଓଟିଟି ପ୍ଲାଟ୍ଫର୍ମରେ ରିଲିଜ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା ।

ଫିଲ୍ମର ଟିଜର ରିଲିଜ ହେବା ପୂର୍ବରୁ ଖବର ଉଠିଥିଲାକି ପ୍ରାଇମ ଭିଡିଓରେ ଫରହାନ ନିଜ ଚରିତ୍ରର ନାଁ ବଦଳାଇବାକୁ ଚାହୁଁଛନ୍ତି । ମୃଣାଳ ଠାକୁରଙ୍କ ଚରିତ୍ର ଓ ବକ୍ସରଙ୍କୁ ନେଇ ଯେମିତି ଆଗକୁ କୌଣସି ବିବାଦ ନଉପୁଜୁ ସେହି କାରଣରୁ ଫାରହାନ ନିଜ ନାଁ ବଦଳାଇବାକୁ ଚାହୁଁଥିବା  ନେଇ କଥା ଉଠିଥିଲା । କିନ୍ତୁ ପରେ ଟିଜରରେ ଏହାକୁ ଖଣ୍ଡନ କରାଯାଇଥିଲା । କିଛି ବିକିପିଡ଼ିଆ ଏଡ଼ିଟର୍ସ ଫିଲ୍ମ ପେଜରେ ଫରହାନଙ୍କ ନାଁ ସୌର୍ଯ୍ୟ ଦିୱାନ ବୋଲି ଦର୍ଶାଇଥିଲେ ।

“ତୁଫାନ” ଟିଜରରେ ସିଲାବେଷ୍ଟର ଷ୍ଟଲେନଙ୍କ ଫିଲ୍ମ “ରକି”ର ଏକ ଝଲକ ବି ଦେଖାଯାଇଥିଲା । ମହମ୍ମଦ ଅଲ୍ଲୀଙ୍କ ଏକ ପୋଷ୍ଟର ବି ଏଥିରେ ନଜର ଆସୁଛି । ଏହାର ଟିଜରକୁ ଦେଖିଲେ ମିଥୁନ ଚକ୍କ୍ରବର୍ତ୍ତୀଙ୍କ ଫିଲ୍ମ “ବକ୍ସର”ର ଝଲକ ସାମ୍ନାକୁ ଆସିବ ବୋଲି ବୋଲି ଏହାର ନିର୍ମାତା ମାନେ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.