Below header

ୟୁଜରଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍ କଲା ଟ୍ବିଟର , ଦେବାକୁ ହେବ ୧୫ କୋଟି ଡଲାର ଜରିମାନା

ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ବିଟରରେ ୟୁଜରଙ୍କ ଗୋପନୀୟତା ପରିପ୍ରକାଶ କରିବାର ଅଭିଯୋଗ ଆସିଛି । ଏହି କାରଣରୁ ଟ୍ୱିଟର ଉପରେ ୧୫ କୋଟି ଡଲାର ଜରିମାନା କରାଯାଇଛି। ଏହା ସହିତ କମ୍ପାନୀକୁ ଏହାର ଉପଭୋକ୍ତାମାନଙ୍କ ତଥ୍ୟର ସୁରକ୍ଷା ପାଇଁ ମାନକ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାନୁସାରେ, ଆମେରିକାର କମ୍ପାନୀ ଉପରେ ଜଷ୍ଟିସ୍ ବିଭାଗ ଏବଂ ଫେଡେରାଲ୍ ବାଣିଜ୍ୟ ଆୟୋଗ ଟ୍ୱିଟର ସହ ସମାଧାନ ପାଇଁ ଘୋଷଣା କରିଛନ୍ତି। ନିୟାମକମାନେ
ଅଭିଯୋଗ କରିଛନ୍ତି ଯେ, ଟ୍ବିଟର ତାର ୟୁଜରକୁ ଲୁଚାଇ 2011 FTC ନିର୍ଦ୍ଦେଶର ଉଲଂଘନ କରିଛି । ଏହି ନିର୍ଦ୍ଦେଶ ଅନୁସାରେ ଉପଭୋକ୍ତାମାନଙ୍କ ତଥ୍ୟ ଏବଂ ବ୍ୟକ୍ତିଗତ ବିବରଣୀ କମ୍ପାନୀଗୁଡିକ ଦ୍ୱାରା ଗୋପନୀୟ ଏବଂ ସୁରକ୍ଷିତ ରଖାଯାଏ |

ସରକାର ଅଭିଯୋଗ କରିଛନ୍ତି ଯେ ୨୦୧୩ ମେ’ରୁ ୨୦୧୯ ପର୍ଯ୍ୟନ୍ତ ଟ୍ୱିଟର ବ୍ୟବହାରକାରୀଙ୍କୁ କହିଛି ଯେ ଆକାଉଣ୍ଟକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଏହା ସେମାନଙ୍କ ଫୋନ୍ ନମ୍ବର ଏବଂ ଇମେଲରେ ତଥ୍ୟ ସଂଗ୍ରହ କରୁଛି, କିନ୍ତୁ କମ୍ପାନୀ ୟୁଜରଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନ୍ୟ କମ୍ପାନୀ ସହ ସେୟାର କରିଛି । ଏହି ତଥ୍ୟ ବ୍ୟବହାର କରି ୟୁଜରଙ୍କୁ ଅନଲାଇନ୍ ବିଜ୍ଞାପନ ପଠାଯାଉଥିଲା ।

ବୁଧବାର ଦିନ ଦାଖଲ ହୋଇଥିବା ଏକ ମାମଲାରେ ନିୟାମକମାନେ ଅଭିଯୋଗ କରିଛନ୍ତି ଯେ, ଟ୍ବିଟର ମିଛ ଦାବି କରିଥିଲା ଯେ ସେ ୟୁରୋପୀୟ ସଂଘ ଏବଂ ସ୍ବିଜରଲ୍ୟାଣ୍ଡ ସହ ଆମେରିକୀ ଗୋପନୀୟତା ଚୁକ୍ତିର ଅନୁପାଳନ କରିଛି । ଏହି ବିବାଦର ସମାଧାର ପରେ ଟ୍ବିଟରକୁ ୧୫ କୋଟି ଡଲାର ଜରିମାନା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.