ପୋଲିସ ଓ ଡାକ୍ତରର ମିଛ ପରିଚୟ ଦେଇ ରାଜଧାନୀରେ ଚାଲିଥିଲା ନିଶା କାରବାର, ବର୍ଷକ ଭିତରେ ଗିରଫ ହେଲେଣି ୧୪୬ ଅଭିଯୁକ୍ତ

ଭୁବନେଶ୍ବର(କେନ୍ୟୁଜ୍‌): ବହୁରୂପୀ ବ୍ରାଉନସୁଗର ବେପାରୀ । ନିଜକୁ ପୋଲିସ ଓ ଡାକ୍ତରର ଦେଉଥିଲେ ପରିଚୟ। ଚଳାଇଥିଲେ ଧଳା ଜହରର କାରବାର । କପିଳ ଦେବ ମଜୁମଦାର ଓ ରଶ୍ମି ରଞ୍ଜନ ଭୋଳ । ବ୍ରାଉନସୁଗର ବେପାର ପାଇଁ ନକଲି ପୋଲିସ ସାଜିଥିଲା ରଶ୍ମି ଓ ନକଲି ଡାକ୍ତର ପାଲଟିଥିଲା କପିଳ । ଭୁବନେଶ୍ୱର ବରମୁଣ୍ଡା ଅଞ୍ଚଳରୁ ୧ କେଜି ୨୩୮ ଗ୍ରାମ ବ୍ରାଉନସୁଗର ସହ ଉଭୟଙ୍କୁ ବାନ୍ଧିଛି କ୍ରାଇମବ୍ରାଞ୍ଚ STF । ସେମାନଙ୍କଠାରୁ ନଗଦ ୧୭ ହଜାର ଟଙ୍କା, ନକଲି ଆଇଡି କାର୍ଡ, ପୋଲିସ ଲେଖାଥିବା ବୁଲେଟ ଓ ଦୁଇଟି ଲାପଟପ ଜବତ ହୋଇଛି । ଦରକାର ପଡ଼ିଲେ ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ ।

ବାଂଲାଦେଶରୁ ଭୁବନେଶ୍ୱର ଭାୟା ଖୋର୍ଦ୍ଧା । ବାଂଲାଦେଶରୁ ବ୍ରାଉନସୁଗର ଆଣି ଓଡ଼ିଶାରେ ପହଞ୍ଚାଉଥିଲା କପିଳ ମଜୁମଦାର । ପରେ ବ୍ରାଉନସୁଗରକୁ ରାଜଧାନୀରେ ବିଭିନ୍ନ ଅଞ୍ଚଳରେ ପହଞ୍ଚାଉଥିଲା ଅଭିଯୁକ୍ତ ରଶ୍ମି ରଞ୍ଜନ ଭୋଳ । ଏଠି ପ୍ରଶ୍ନ ଉଠୁଛି କେତେଦିନ ହେବ ଭୁବନେଶ୍ୱରରେ ଚଳାଇଥିଲେ ବ୍ରାଉନସୁଗର ବ୍ୟବସାୟ? ଟାର୍ଗେଟରେ କିଏ ଥିଲେ ? କେତେ ଟଙ୍କାର ହୋଇଥାନ୍ତା ଡିଲ୍‌? ବ୍ରାଉନସୁଗର କାରବାରରେ ଆଉ କାହାର ହାତ ରହିଛି? ଏସବୁର ଖୋଳତାଡ଼ କରିବ STF।

ନିଶା କବଳରେ ଏବେ ଯୁବପିଢ଼ି । ଗତ ଏକ ବର୍ଷ ଭିତରେ ୫୨ କେଜି ବ୍ରାଉନସୁଗର,୨୦୨ ଗ୍ରାମ କୋକେନ୍‌,୯୩ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ଏସଟିଏଫ । ଏହା ସହ ୧୪୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.