Below header

Airtel ଲଞ୍ଚ୍‌ କଲା ନୂଆ ସର୍ଭିସ୍‌, ମାଗଣାରେ କରିପାରିବେ କଲ୍‌, ଏମିତି କରନ୍ତୁ ସେଟିଙ୍ଗ୍‌

ନୂଆ ଟାରିଫ୍‌ ପ୍ଲାନ୍‌ ଲାଗୁ କରିବା ପରେ ଏୟାରଟେଲ୍‌ ଇଣ୍ଡିଆ ନିଜ ଓ୍ଵାଇଫାଇ ସର୍ଭିସ୍‌ ଲଞ୍ଚ୍‌ କରିଛି। ଏୟାରଟେଲ୍‌ ନିଜର ଏହି ନୂଆ ସେବାକୁ ‘Airtel Wi-Fi Calling’ ନାଁ ଦେଇଛି। ଏହି କଲିଂର ଖାସ୍‌ କଥା ହେଉଛି, ୟୁଜରମାନେ ମାଗଣାରେ ଇଣ୍ଟରନେଟ୍‌ ଜରିଆରେ ଲୋକଙ୍କ ସହ ଫୋନ୍‌ରେ କଥା ହୋଇପାରିବେ। ଆସନ୍ତୁ ଜାଣିବା ଏହାକୁ ସେଟିଙ୍ଗ୍‌ କରିବାର ଉପାୟ ଏବଂ କେଉଁ କେଉଁ ଫୋନ୍‌ରେ ଓ୍ଵାଇଫାଇ କଲିଂ ସପୋର୍ଟ କରିବ।

କ’ଣ ଏହି Wi-Fi Calling

Wi-Fi Callingକୁ ଭଏସ୍‌ ଓଭର ଓ୍ଵାଇଫାଇ କିମ୍ବା VoWiFi ମଧ୍ୟ କୁହାଯାଇଥାଏ। ଓ୍ଵାଇଫାଇ ଜରିଆରେ ଆପଣ ଘର ଓ୍ଵାଇଫାଇ, ପବ୍ଲିକ୍‌ ଓ୍ଵାଇଫାଇ ଏବଂ ଓ୍ଵାଇଫାଇ ହଟ୍‌ସ୍ପଟ ସାହାଯ୍ୟରେ କଲ୍‌ କରିପାରିବେ। ଯଦି ଆପଣଙ୍କ ମୋବାଇଲ୍‌ରେ ନେଟ୍‌ଓ୍ଵାର୍କ ନାହିଁ, ତା’ହେଲେ ଆପଣ କୌଣସି ଓ୍ଵାଇଫାଇ କିମ୍ବା କାହାଠାରୁ ହଟ୍‌ସ୍ପଟ ନେଇ ଫୋନ୍‌ରେ ଆରାମରେ କଥା ହୋଇପାରିବେ। VoWiFiର ସବୁଠାରୁ ବଡ଼ ଫାଇଦା ରୋମିଂରେ ହୋଇଥାଏ। କାରଣ, ଆପଣ କୌଣସି ବି ଓ୍ଵାଇଫାଇ ଜରିଆରେ ମାଗଣାରେ କଥା ହୋଇପାରିବେ।

air2

କ’ଣ ଆପଣଙ୍କ ଫୋନ୍‌ ଓ୍ଵାଇଫାଇ କଲିଂକୁ ସପୋର୍ଟ କରୁଛି?

Airtel Wi-Fi Calling ବର୍ତ୍ତମାନ ଓ୍ଵାନ୍‌ପ୍ଲସ୍‌, ଶାଓମୀ, ଆପଲ ଏବଂ ସାମ୍‌ସଙ୍ଗର କିଛି ବଛା ବଛା ସ୍ମାର୍ଟଫୋନ୍‌ରେ ଉପଲବ୍ଧ ଅଛି। ଏହି ସେବା ଦିଲ୍ଲୀ-ଏନ୍‌ସିଆରରେ ହିଁ ଉପଲବ୍ଧ ଅଛି। ଏହାଛଡ଼ା ଏହି ଓ୍ଵାଇଫାଇ ଏୟାରଟେଲ୍‌ ଏକ୍ସଟ୍ରିମ୍‌ ଫାଇବର ହୋମ୍‌ ବ୍ରଡ୍‌ବ୍ୟାଣ୍ଡ ସହିତ ହିଁ ମିଳୁଛି। ଖୁବ୍‌ଶୀଘ୍ର କୌଣସି ବି ଓ୍ଵାଇଫାଇ ଏବଂ ହଟ୍‌ସ୍ପଟ ପାଇଁ ଏହାକୁ ଉପଲବ୍ଧ କରାଯିବ।

ସାମ୍‌ସଙ୍ଗର Galaxy J6, Samsung On6, Samsung Galaxy M30S ଏବଂ Galaxy A10Sରେ ବର୍ତ୍ତମାନ ଓ୍ଵାଇଫାଇ କଲିଂର ସପୋର୍ଟ ମିଳୁଛି। ସେଠି ଶାଓମୀର Poco F1, Redmi K20 ଓ Redmi K20 Pro ଏବଂ ଓ୍ଵାନ୍‌ପ୍ଲସର OnePlus 7, OnePlus 7 Pro, OnePlus 7T ଓ OnePlus 7T Proରେ Airtel Wi-Fi Calling ସପୋର୍ଟ ମିଳୁଛି। ସେହିପରି ଆପଲର iPhone 6S ପରେ ସବୁ ଆଇଫୋନ୍‌ରେ ଏହାର ସପୋର୍ଟ ମିଳୁଛି।

air22

Wi-Fi Calling ପାଇଁ ଏମିତି କରନ୍ତୁ ସେଟିଙ୍ଗ୍‌

ଯଦି ଆପଣଙ୍କ ସ୍ମାର୍ଟଫୋନ୍‌ ଓ୍ଵାଇଫାଇ କଲିଂକୁ ସପୋର୍ଟ କରୁଛି, ତା’ହେଲେ ଆପଣ ଓ୍ଵାଇଫାଇ କଲ୍‌ କରିପାରିବେ। ଫୋନ୍‌ ସେଟିଙ୍ଗ୍‌ରୁ ନେଟ୍‌ଓ୍ଵାକ୍‌ ସେଟିଙ୍ଗ୍‌କୁ ଯାଇ ଆପଣ ଏହାକୁ ଚେକ୍‌ କରିପାରିବେ। ଯଦି ନେଟ୍‌ଓ୍ଵାର୍କ ସେଟିଙ୍ଗରେ ଓ୍ଵାଇଫାଇ କଲିଂର ଅପଶନ ଦେଖାଯାଉଛି, ତା’ହେଲେ ଏହାକୁ ଅନ୍‌ କରି ଆପଣ ଓ୍ଵାଇଫାଇ କଲିଂ କରିପାରିବେ। ନିଜ ଫୋନ୍‌ରେ airtel.in/wifi-calling ଲିଙ୍କ୍‌ ଉପରେ କ୍ଲିକ୍‌ କରି ଆପଣ ଓ୍ଵାଇଫାଇ କଲିଂ ପାଇର୍ ସେଟିଙ୍ଗ୍‌ସ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.