ଦେଢ଼ ବର୍ଷର ବେଲୁନ ବିକାଳୀକୁ କୋଳେଇ ନେଲେ ସାଂସଦ, ସୋସିଆଲ ମିଡିଆରେ ଫଟୋ ହେଉଛି ଭାଇରାଲ୍‌

ପଶ୍ଚିମ ବଙ୍ଗର ବଶିରହାଟ ସଂସଦୀୟ କ୍ଷେତ୍ରର ତ୍ରୁଣମୂଳ କଂଗ୍ରେସର ସାଂସଦ ନୁସରତ ଜହାଁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତିନୋଟି ଫଟୋ ସେୟାର କରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଫଟୋରେ ନୁସରତ ଜଣେ ବେଲୁନ ବିକ୍ରି କରୁଥିବା ପିଲାଟିକୁ କୋଲରେ ବସାଇ ଗେଲ କରିବା ଏବଂ କିସ୍‌ କରିବା ଦେଖିବାକୁ ମିଳୁଛି। ଏହି ଫଟୋକୁ ଆଜି ସୁଦ୍ଧା ୪୦ହଜାର ଲାଇକ ଏବଂ ୧୬୦ରୁ ଅଧିକ କମେଣ୍ଟସ୍‌ ମିଳିସାରିଲାଣି।

ରାସ୍ତାରେ ଜଣେ ବୁଲୁଥିବ ଜଣେ ଦେଢ଼ ବର୍ଷର ପିଲାଟିକୁ ସେ ଭେଟିଥିଲେ। ଯିଏ କି ବୁଲି ବୁଲି ବେଲୁନ ବିକ୍ରି କରୁଛି। ନୁସରତ୍‌ ପୋଷ୍ଟରେ ଲେଖିଛନ୍ତି ପିଲାଟି ପାଇଁ ମୋ ଓ୍ଵିକେଣ୍ଡ ବହୁତ ସ୍ପେଶାଲ ଯାଇଛି। ଏ ଯେତେ ସୁନ୍ଦର ଆଉ କ୍ୟୁଟ, ସେତିକି ସୁନ୍ଦର ୟା ବେଲୁନ୍‌। ଏହି ସୁନ୍ଦରୀ ସାଂସଦ ପିଲାଟିର ନାମ ଏବଂ ତା ବିଷୟରେ ଆଉ ଅଧିକ ସୂଚନା ଦେଇନାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.