ମାତା ବୈଷ୍ଣଦେବୀ ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର, ଏଣିକି ବ୍ୟାଟେରୀ ଚାଳିତ କାରରେ ଲାଗିବ ଜିପିଏସ ବ୍ୟବସ୍ଥା

ମା’ ବୈଷ୍ଣଦେବୀଙ୍କ ଦର୍ଶନ ପାଇଁ ଯାଉଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର । ଏବେ ଆଉ ସେମାନଙ୍କୁ ନା ଓଭର ଚାରଜିଙ୍ଗ ପରି ଅସୁବିଧାର ସାମ୍ନା କରିବାକୁ ପଡିବ ନା ସେମାନଙ୍କ ସୁରକ୍ଷା ପ୍ରତି କୌଣସି ପ୍ରକାର ଚିନ୍ତା ଥିବ । କାରଣ ମାତା ବୈଷ୍ଣଦେବୀ ସାଇନ ବୋର୍ଡ ତରଫରୁ ସୂଚନା ଦିଆଯାଇଛି ଯେ ଏଣିକି ବ୍ୟାଟେରୀ ଚାଳିତ କାର ଗୁଡିକରେ ଅତ୍ୟାଧୁନିକ ଜିପିଏସ ଲଗାଯିବାର ବ୍ୟବସ୍ଥା କରାଯିବ । ଏହି ବ୍ୟାଟେରୀ କାର ଗୁଡିକରେ ଦିନର ୪ ଘଣ୍ଟା ନଜର ରଖିବା ପାଇଁ ବୋର୍ଡର ମୁଖ୍ୟ କାର୍ଯ୍ୟାଳୟ ସମେତ ଅର୍ଧକୁଆଁରୀରେ ମଧ୍ୟ ଏକ କଣ୍ଟ୍ରୋଲ ରୁମ ସ୍ଥାପନ କରାଯିବ । ଅନ୍ୟ ପକ୍ଷରେ କାର ଚାଳକ ମାନେ ଶ୍ରଦ୍ଧାଳୁଙ୍କ ଉପରେ ଓଭର ଚାରଜିଙ୍ଗ ମଧ୍ୟ ଲଗାଇପାରିବେ ନାହିଁ ।

ଏହା ସହ ଅଧ ରାସ୍ତାରେ ନିଜ ଇଚ୍ଛା ଅନୁସାରେ ଅନ୍ୟ ଯାତ୍ରୀ ମାନଙ୍କୁ କାରରେ ବସେଇ ପାରିବେ ନାହିଁ । ଅନେକ ଦିନ ହେବ ଏନେଇ ଶ୍ରଦ୍ଧାଳୁ ମାନେ ବୋର୍ଡ ନିକଟରେ ଅଭିଯୋଗ ମାନ କରି ଆସୁଥିଲେ । ତେଣୁ ବୋର୍ଡ ତରଫରୁ ଏପରି ନିଷ୍ପତ୍ତି ନିଆ ଯାଇଛି ବୋଲି ସ୍ପଷ୍ଟ କରାଯାଇଛି । ଏହାସହ ଶ୍ରଦ୍ଧାଳୁ ମାନଙ୍କୁ ଯେପରି ଅଧିକରୁ ଅଧିକ ସମୟ ବ୍ୟାଟେରୀ କାର ସୁବିଧା ଭବନ ମାର୍ଗରେ ଉପଲବ୍ଧ କରାଯାଇପାରିବ ସେ ନେଇ ମଧ୍ୟ ବୋର୍ଡ ତରଫରୁ ଧ୍ୟାନ ଦିଆଯିବ ବୋଲି କୁହାଯାଇଛି । ପୂର୍ବରୁ ଶ୍ରଦ୍ଧାଳୁ ମାନଙ୍କୁ ସକାଳ ୭.୩୦ ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଏହି କାରର ସୁବିଧା ମିଳୁଥିବା ବେଳେ ଏବେ ଏହି ସମୟକୁ ବୃଦ୍ଧି କରାଯାଇ ରାତି ୧୦ ଟା ପର୍ଯ୍ୟନ୍ତ କରାଯାଇଛି । ଯାହାଦ୍ୱାରା ଅଧିକ ରୁ ଅଧିକ ଶ୍ରଦ୍ଧାଳୁ ଏହାର ଲାଭ ଉଠେଇ ପାରିବେ ବୋଲି ଆଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.