Below header

ଭୁଲ୍‌ରେ ବି ଗୁଗଲରେ ସର୍ଚ୍ଚ କରନ୍ତୁ ନାହିଁ ଏହି ୬ ଟି ଜିନିଷ, ନଚେତ ୧୦ ଲକ୍ଷ ଟଙ୍କାର ଜରିମାନା ସହିତ ଯିବାକୁ ପଡିବ ଜେଲ୍‌

ଆପଣଙ୍କୁ ଯେକୌଣସି ଜିନିଷ ବିଷୟରେ ଜାଣିବାର ଥାଏ, ଆପଣ ହୁଏତ କାହାକୁ ପଚାରି ସେହି ପ୍ରସଙ୍ଗ ବିଷୟରେ ବୁଝିଥାଆନ୍ତି କିମ୍ବା ଖାସ କରି ଗୁଗଲରେ ସର୍ଚ୍ଚ କରିଥାଆନ୍ତି । ଆଜିର ଯୁବ ପିଢି ମଧ୍ୟ ଏତେ ଚାଲାକ ହୋଇଗଲେଣି ଯେ ଛୋଟ ଛୋଟ ଜିନିଷ ମଧ୍ୟ ଗୁଗଲରେ ସର୍ଚ୍ଚ କରୁଛନ୍ତି । କାରଣ ହାତରେ ଯେହେତୁ ସ୍ମାର୍ଟ ଫୋନ ରହିଛି ଆଉ କାହାକୁ ଅପେକ୍ଷା କରିବା ଦରକାର ବୋଲି ସମସ୍ତେ ଭାବିନଥାଆନ୍ତି । ଆମକୁ ଯାହା ବି ଜାଣିବାର ଥାଏ ଆମେ ଗୁଗଲରେ ହିଁ ସର୍ଚ୍ଚ କରି ତାହା ବିଷୟରେ ଜାଣିଯାଉ । ଏମିତିକି ସେ ରୋଷେଇ କରିବା ହେଉଁ କିମ୍ବା ଆମ ସ୍ୱାସ୍ଥ୍ୟଜନିତ କିଛି କଥା। ଅନେକ ଲୋକେ ଅଛନ୍ତି ଯିଏ କି ଗୁଗଲ ଦେଖି ନିଜର ଦୈନନ୍ଦିନ ଜୀବନରେ ଅନେକ ପରିବର୍ତ୍ତନ ଆଣିଥାଆନ୍ତି । ଗୁଗଲ ଛାତ୍ର ଛାତ୍ରୀଙ୍କୁ ପାଠ ପଢାରେ ମଧ୍ୟ ସାହାଯ୍ୟ କରିଥାଏ । କିନ୍ତୁ ଆପଣ କ’ଣ ଜାଣିଛନ୍ତି କି, ଏମିତି କିଛି ବିଷୟ ବା ପ୍ରସଙ୍ଗ ରହିଛି ଯାହାକୁ ସର୍ଚ୍ଚ କରିବା ଦ୍ୱାରା ଆପଣଙ୍କୁ ହୋଇପାରେ ଜେଲ । ପୁଣି ଏହା ସହିତ ଜରିମାନା ଦେବାକୁ ପଡିବ ପ୍ରାୟ ୧୦ ଲକ୍ଷ ଟଙ୍କ । ତେଣୁ ଆଜି ଆମେ ଆପଣଙ୍କୁ ସେହି ପ୍ରସଙ୍ଗ ବିଷୟରେ କହିବୁ , ଯେମିତି ଆପଣ ମଧ୍ୟ ସତର୍କତା ଅବଲମ୍ବନ କରିବେ ।

ଗୁଗଲରେ ସବୁ ଜିନିଷ ବିଷୟରେ ଯେହେତୁ ତଥ୍ୟ ରହିଥାଏ ଗୁଗଲକୁ ଜ୍ଞାନି ବାବା ବା ଗୁଗଲ ବାବା ନାଁରେ ସମସ୍ତେ ଜାଣନ୍ତି । କାରଣ ଗୁଗଲରେ ଯେକୌଣସି ତଥ୍ୟ ବିଷୟରେ ସର୍ଚ୍ଚ କଲେ ତାହା ମିଳିଯାଏ । ତେଣୁ କୌଣସି ସମୟରେ ହେଉ ନା କାହିଁକି ଗୁଗଲ ସମସ୍ତଙ୍କୁ ସାହାଯ୍ୟ କରିଥାଏ । ହେଲେ ଏମିତି ୬ ଟି ମୁଖ୍ୟ ପ୍ରସଙ୍ଗ ବା ଟପିକ ରହିଛି ଯାହା ବିଷୟରେ ଗୁଗଲରେ ସର୍ଚ୍ଚ କରିବା ଦ୍ୱାରା ଆପଣଙ୍କୁ ଆଇନ ଅନୁଯାୟୀ ଦଣ୍ଡ ମିଳିବ । ତେଣୁ ଏହି ୬ ଟି ଜିନିଷ ବିଷୟରେ ସର୍ଚ୍ଚ କରନ୍ତୁ ନାହିଁ । କାରଣ କିଛି ଜିନିଷ ବିଷୟରେ ସର୍ଚ୍ଚ କରି ଅନେକ ଲୋକେ ଅସୁବିଧାର ସାମ୍ନା କରି ଥାଆନ୍ତି । ତେଣୁ ଗୁଗଲର ସେକ୍ୟୁରିଟି ବିଷୟରେ ମଧ୍ୟ ସତର୍କ ରହିବାକୁ ପଡିବ ଓ ଏହାର ନିୟମ ବିଷୟରେ ମଧ୍ୟ ଜାଣିବାକୁ ପଡିବ ।

ଜାଣନ୍ତୁ କେଉଁ ବିଷୟରେ ସର୍ଚ୍ଚ କଲେ ଯିବାକୁ ପଡିବ ଜେଲ :

 

ଗର୍ଭପାତ ବା ଆବର୍ସନ :

GIRL AND BOYS ARE SAME
Picture Credit – CNN

ଗର୍ଭପାତ ବା ଆବସର୍ନ ଏକ ଆଇନ ଗତ ଅପରାଧ । ତେଣୁ ଗର୍ଭପାତ ବା ଆବର୍ସନ ଶବ୍ଦ ଲେଖି ଏହି ପ୍ରସଙ୍ଗ ବିଷୟରେ ଯଦି କୌଣସି ବ୍ୟକ୍ତି ଗୁଗୁଲରେ ସର୍ଚ୍ଚ କରୁଛନ୍ତି ତାଙ୍କ ବିରୁଦ୍ଧରେ ଗୁଗଲ କଡା କାର୍ଯ୍ୟନୁଷ୍ଠାନ ନେଇପାରେ । କାରଣ ଏହାକୁ ଅବୈଧ ବୋଲି କୁହାଯାଏ । ଏପରି ବିଷୟରେ ସର୍ଚ୍ଚ କରୁଥିବା ବ୍ୟକ୍ତିଙ୍କୁ ମୋଟା ଅଙ୍କର ଟଙ୍କା ଜରିମାନା ଦେବାକୁ ପଡିବ ଓ ଏହା ସହିତ ତାଙ୍କୁ ଜେଲ ମଧ୍ୟ ହୋଇପାରେ ।

ଚାଇଲ୍ଡ ପର୍ଣ୍ଣ  :

children
Picture Credit – i Pleaders

ଭାରତ ସରକାର ଚାଇଲ୍ଡ  ପର୍ଣ୍ଣକୁ ନେଇ ଅନେକ ଆଇନ ପ୍ରଣୟନ କରିଛନ୍ତି । ଯଦି କୌଣସି ବ୍ୟକ୍ତି ଏପରି ଟପିକ ଉପରେ ଗୁଗଲରେ ସର୍ଚ୍ଚ କରନ୍ତି ତାଙ୍କ ଉପରେ ପୋକ୍ସୋ ଆକ୍ଟ ୨୦୧୨ ସେକ୍ସନ, ଧାରା ୧୪ ହିସାବରେ ୭ବର୍ଷ ପାଇଁ ଜେଲ ହୋଇପାରେ । ଗୁଗଲରେ ଚାଇଲ୍ଡ ପୋର୍ନ ସର୍ଚ୍ଚ କରିବା, ଚାଇଲ୍ଡ ପର୍ଣ୍ଣ ଦେଖିବା ଓ ଏହାକୁ ସେୟାର କରିବା ମଧ୍ୟ ଏକ ବଡ ଅପରାଧ ତେଣୁ ଏହା ବିଷୟରେ ମଧ୍ୟ ଆପଣ ଗୁଗଲରେ ସର୍ଚ୍ଚ କରନ୍ତୁ ନାହିଁ ।

ପ୍ରାଇଭେଟ ଫଟୋ ଓ ଭିଡିଓ:

ଗୁଗଲ ଓ ଅନ୍ୟ କୌଣସି ଆପ କିମ୍ବା ପ୍ରାଇଭେଟ ୱେବସାଇଟ ରେ କୌଣସି ପ୍ରାଇଭେଟ ଫଟୋ ବା ଭିଡିଓ ସେୟାର କିରିବା ଆଇନଗତ ଅପରାଧ । ଏହାକୁ ଏକ ବଡ ଅପରାଧ ବୋଲି ମଧ୍ୟ କୁହାଯାଇଛି । ଯଦି ଆପଣ ସର୍ଚ୍ଚ କରୁଛନ୍ତି, ତେବେ ଅପଣଙ୍କ ବିରୁଦ୍ଧରେ ପୋଲିସ କଡା କାର୍ଯ୍ୟାନୁଷ୍ଠାନ ନେବ । ଏହା ପାଇଁ ଆପଣଙ୍କୁ ଜେଲ ମଧ୍ୟ ହୋଇପାରେ ।

କୌଣସି ପିଡିତାଙ୍କ ଫଟୋ ବା ନାମ ସର୍ଚ୍ଚ କରି ସେୟାର କରିବା :

ଯଦି କୌଣସି ବ୍ୟକ୍ତି ଗୁଗଲ କିମ୍ବା ଅନ୍ୟ କୌଣସି ୱେବସାଇଟରେ ରେପ୍‌ , ଗଣ୍ଡଗୋଳ ହେଉଥିବା ଭଳି ଭିଡିଓ ଓ ଫଟୋ ସହ ଖରାପ ବ୍ୟବହାର ହୋଇଥିବା ପିଡିତାଙ୍କ ଫଟୋ କିମ୍ବା ଭିଡିଓ ଓ ନାମ କୁ ସେୟାର କରନ୍ତି , ତେବେ ଏହାକୁ ମଧ୍ୟ ଏକ ଆଇନ ଗତ ଅପରାଧ ବୋଲି କୁହାଯିବ । ଏହାକୁ ନେଇ ସୁପ୍ରିମକୋର୍ଟଙ୍କ ତରଫରୁ ଆଦେଶ ମଧ୍ୟ ଦିଆଯାଇଛି । ଏହି ଆଦେଶ ଅନୁଯାୟୀ କୌଣସି ବ୍ୟକ୍ତି ପିଡିତ ମହିଳା କିମ୍ବା ପରୁଷଙ୍କର ଫଟୋ କି ଭିଡିଓ ସେୟାର କରିପାକିବେ ନାହିଁ । ଏମିତି କରିବା ଦ୍ୱାରା ପୋଲିସ ତାଙ୍କ ଉପରେ କଡା କାର୍ଯ୍ୟନୁଷ୍ଠାନ ନେବା ସହିତ ତାଙ୍କୁ ଜେଲ ହୋଇପାରେ ଓ ଅଧିକ ଟଙ୍କା ଜରିମାନା ମଧ୍ୟ ନେଇପାରେ ।

ଫିଲ୍ମ ପାଇରେସି :

film
Picture Credit – Trademarks and film online

ଯଦି ଆପଣ କୌଣସି ଫିଲ୍ମ ରିଲିଜ ହେବା ପୂର୍ବରୁ ହିଁ ଉକ୍ତ ଫିଲ୍ମର ଫଟୋ ଓ ଭିଡିଓ ବିନା ପରମିସନରେ ଗୁଗଲ କିମ୍ବା ଅନ୍ୟ କୌଣସି ପ୍ଲାଟଫର୍ମରେ ପୋଷ୍ଟ କରନ୍ତି ବା ସେୟାର କରନ୍ତି ତେବେ ଏଥିପାଇଁ ଆପଣଙ୍କୁ ପୋଲିସ ଆରେଷ୍ଟ କରିବା ସହିତ ଆପଣଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଜରିମାନା ମଧ୍ୟ ନେବ । ଖାଲି ସେତିକି ନୁହେଁ ଏହା ପାଇଁ ଆପଣଙ୍କୁ ୩ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିବ ।

ବୋମା ତିଆରି :

ଯଦି କୌଣସି ବ୍ୟକ୍ତି ଗୁଗଲରେ ବମ ପ୍ରୋସେସ ବା ବମ କିପରି ତିଆରି ହୁଏ ତାହା ସର୍ଚ୍ଚ କରନ୍ତି ତାଙ୍କୁ ମଧ୍ୟ ଜେଲ ହୋଇପାରେ । ଏପରି ସର୍ଚ୍ଚ କରିବା ଦ୍ୱାରା ତୁରନ୍ତ ଆପଣଙ୍କ ସ୍ମାର୍ଟଫୋନ, କମ୍ପ୍ୟୁଟର ଓ ଲ୍ୟାପଟପ ର ଆଇପି ଆଡ୍ରେସ ସୁରକ୍ଷା ଏଜେନ୍ସି ବା ପ୍ରାଇଭେଟ ସେକ୍ୟୁରିଟି ଏଜେନ୍ସି ପାଖରେ ପହଞ୍ଚି ଯାଏ । ଏହା ପରେ ଆପଣ ଯେହେତୁ ସରକାରଙ୍କ ଆଇନ ବିରୋଦ୍ଧରେ ଯାଇ ଥାଆନ୍ତି, ଆପଣଙ୍କୁ ଜେଲ ଦଣ୍ଡ ମିଳିବା ସହିତ ୧୦ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଦେବାକୁ ପଡିବ । ତେଣୁ ଏହି ସବୁ ଟପିକ ବିଷୟରେ ଆପଣ ଗୁଗଲରେ ସର୍ଚ୍ଚ କରନ୍ତୁ ନାହିଁ । କେବଳ ଗୁଗଲ ନୁହେଁ ଆପଣ ଯେକୌଣସି ଆପ୍‌ ବ୍ୟବହାର କରୁଛନ୍ତି ଉକ୍ତ ଆପ୍‌ର ସେକ୍ୟୁରିଟି ବିଷୟରେ ଟିକନିକ ତଥ୍ୟ ଜାଣିବା ଉଚିତ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.