ଜାନୁଆରୀ ୧୦ରୁ ଫେବୃଆରୀ ୧ ପର୍ଯ୍ୟନ୍ତ ବନ୍ଦ ରହିବ ରାଜ୍ୟରେ ସବୁ ସ୍କୁଲ ,କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ

କେନ୍ୟୁଜ୍(ବ୍ୟୁରୋ): ଜାନୁଆରୀ ୧୦ ତାରିଖରୁ ରାଜ୍ୟରେ ବନ୍ଦ ରହିବ ସମସ୍ତ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ଓ ବୈଷୟିକ ଶିକ୍ଷାନୁଷ୍ଠାନ। କେବଳ ମେଡିକାଲ ଓ ନର୍ସିଂ କଲେଜ ଆଦି ଖୋଲା ରହିବ। ଅନଲାଇନ କିମ୍ବା ଭର୍ଚୁଆଲ ମୋଡରେ ଶିକ୍ଷାଦାନ ନେଇ ସମସ୍ତ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ। ଫେବୃଆରୀ ୧ ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ।
ପୂର୍ବରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲକୁ ବନ୍ଦ କରିଛନ୍ତି ରାଜ୍ୟସରକାର। ଜାନୁଆରୀ ୮ରୁ ଅନ୍ୟାଦେଶ ଯାଏ ସବୁ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କ ବାୟୋମେଟ୍ରିକ ଆଟେଣ୍ଡାନ୍ସ ବନ୍ଦ ରହିବ । ତେବେ ରେଜିଷ୍ଟରରେ ଉପସ୍ଥାନ ନିଆଯିବ ।