ହେୟାର କଲର ପାଇଁ ନିୟମିତ ବ୍ୟବହାର କରନ୍ତୁ ଆଳୁ ଚୋପା ସିରମ୍, ଘନ କେଶ ପାଇଁ ଏହା ଖୁବ ଉପଯୋଗୀ

କେଶକୁ କଳା କରିବା ପାଇଁ ଅନେକ ଜଣ କେମିକାଲ କଲରକୁ ବ୍ୟବହାର କରିଥାନ୍ତି। ସହଜ ଓ ଖୁବ କମ ସମୟ ମଧ୍ୟରେ ହେୟାର ଡାଇ ବା ହେୟାର କଲର କରିବାକୁ ସମସ୍ତେ ଚାହିଁଥାନ୍ତି। କିନ୍ତୁ କେମିକାଲର ଖରାପ ପ୍ରଭାବ କେଶ ଉପରେ ପଡ଼ିଥାଏ। ଯଦ୍ୱାରା କେଶ ଝଡ଼ିବା ସମସ୍ୟା ଉପୁଜିଥାଏ।
ସବୁଠୁ ବଡ଼ କଥା ହେଉଛି ଧଳା କେଶ ପାଇଁ ସବୁଠୁ ଅଧିକ ଭଲ ହେଉଛି ଘରୋଇ ଉପାୟ। ନାଚୁରାଲ ଉପାୟରେ ଧଳା କେଶକୁ କଳା କଲେ ଏହାର କିଛି ସାଇଡ ଇଫେକ୍ଟ ରହିବ ନାହିଁ। ସବୁଠୁ ଭଲ ଉପାୟ ହେଉଛି ଆଳୁ ଚୋପା। ଏହା କେଶକୁ ନାଚୁରାଲ ଉପାୟରେ କଳା କରିବା ସହିତ ହେଲ୍ଦି ରଖିଥାଏ।
ଆଳୁ ଚୋପାକୁ ବ୍ୟବହାର କରି କେଶକୁ କଳା କରାଯାଇପାରିବ। ଆଳୁରେ ଷ୍ଟାର୍ଚ ରହିଥାଏ । ଯାହା ନାଚୁରାଲ ଉପାୟରେ କଲର କରିବାରେ ସାହାଯ୍ୟ କରିଥାଏ । କେଶକୁ କଳା କରିବା ପାଇଁ ଆଳୁ ଚୋପାକୁ ଏକ କପ ପାଣିରେ ଭଲରେ ସିଝାଇ ଦିଅନ୍ତୁ। ଏହାପରେ ଥଣ୍ଡା କରି ଏହାକୁ ବୋତଲରେ ଭରି ଦିଅନ୍ତୁ।
ଏଥିରେ କିଛି ଲାଭେଣ୍ଡର ଅଏଲ୍ ର କିଛି ବୁନ୍ଦା ମିଶାନ୍ତୁ। ଏହାପରେ ଆପଣଙ୍କ ନାଚୁରାଲ ହେୟାର କଲର ଅଏଲ୍ ତିଆରି ହୋଇଯିବ। ଏହାକୁ କେଶରେ ହାଲକା ହାତରେ ନେଇ ମସାଜ କରନ୍ତୁ। ୧ଘଣ୍ଟା ପର୍ଯ୍ୟନ୍ତ ଏହାକୁ କେଶରେ ଲଗାଇ ରଖନ୍ତୁ। ପରେ ଥଣ୍ଡା ପାଣିରେ ଏହାକୁ ଧୋଇ ଦିଅନ୍ତୁ। ସପ୍ତାହକୁ ଦୁଇ ରୁ ତିନି ଥର ଏହି ତେଲକୁ ବ୍ୟବହାର କରନ୍ତୁ ।
ଏହି ଘରୋଇ ଉପାୟ କେଶକୁ କଳା କରିବା ସହିତ ହେୟାର ଫଲ ବା କେଶ ଝଡ଼ିବା ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ। ଏଥିରେ ଥିବା ଭିଟାମିନ ଏ, ଭିଟାମିନ ବି ଏବଂ ଭିଟାମିନ ସି ସ୍କାଲ୍ପ ବା ମୁଣ୍ଡ ଚର୍ମରେ ଥିବା ତେଲ ଅଂଶକୁ ହଟାଇ ଡାନଡ୍ରଫ ବା ରୂପି ସମସ୍ୟାକୁ ଦୂର କରିଥାଏ । ତେଣୁ କେଶ ଝଡ଼ିବା ସମସ୍ୟା ଦୂର ହୋଇଥାଏ।