Below header

Jio ୟୁଜରଙ୍କ ପାଇଁ ଭଲ ଖବର ! ଏବେ ଆପେ ଆପେ ହୋଇଯିବ ସବୁ ରିଚାର୍ଜ, ଜାଣନ୍ତୁ କେମିତି

ନୂଆଦିଲ୍ଲୀ : ରିଲାଏନ୍ସ ଜିଓ( Jio) ଓ ନେସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (NPCI ) ଦୂରସଂଚାର କମ୍ପାନି ପାଇଁ ୟୁପିଆଇ ଓଟିପି ର ଘୋଷଣା କରିଛି । ସମସ୍ତ କୋଟି କୋଟି ଜିଓ ୟୁଜର୍ସ ବିନା ଅସୁବିଧାରେ ଅଟୋମେଟିକ ରିଚାର୍ଜ ପାଇଁ UPI AUTOPAY ର ଲାଭ ଉଠାଇ ପାରିବେ ।

ଏବେ ଜିଓ ୟୁଜର ନିଜ ପସନ୍ଦର ପ୍ଲାନ ପାଇଁ ର ଉପଯୋଗ କରି MyJio ଏପ ରେ ସ୍ଥାୟୀ ଅର୍ଡର ସେଟ କରିପାରିବେ । ଆଉ କେବେ ବି ମୋବାଇଲ ରିଚାର୍ଜ ସମ୍ପର୍କରେ ଚିନ୍ତା କରିବେ ନାହିଁ । ଏହି ଘୋଷଣା ସହ ରିଲାଏନ୍ସ ଜିଓ ଗ୍ରାହକ ପାଇଁ ଏପରି ସେବା ଆରମ୍ଭ କରିବା ଭାରତ ଦୂର ସଂଚାର ଉଦ୍ୟୋଗ ପ୍ରଥମ ଅପରେଟର ହୋଇଛି ।

ରିଲାଏନ୍ସ ଜିଓ ୟୁଜର୍ସଙ୍କୁ ପୁଣି ଥରେ ରିଚାର୍ଜ କରିବା ପାଇଁ ଅସୁବିଧା ହେବାକୁ ପଡ଼ିବ ନାହିଁ –

ଜିଓ ୟୁଜର୍ସଙ୍କୁ ନିଜର ପ୍ଲାନ ଶେଷ ହେବା ଓ ପୁଣି ଥରେ ରିଚାର୍ଜ ପାଇଁ ୟୁପିଆଇ ଓଟିପି ସହ ୟୁଜରଙ୍କ ରିଚାର୍ଜ ପ୍ରକ୍ରିୟାକୁ ଅଟୋମେଟିକ କରିପାରିବ । ଯେମିତି ୟୁଜରଙ୍କ ପ୍ଲାନ ଶେଷ ହେବ ସେମାନଙ୍କର ମୋବାଇଲ ନମ୍ବରକୁ ସ୍ଥାୟୀ ନିର୍ଦ୍ଦେଶରେ ଚୟନ କରିଥିବା ଯୋଜନାରେ ପୁଣି ଥରେ ରିଚାର୍ଜ କରାଯିବ ।

ଅନ୍ୟ ଟେଲିକମ କମ୍ପାନି ବି ଏହି ଯୋଜନାକୁ ଆଣିପାରିବେ-

ଏହି ସେବା କେବଳ କମ୍ପାନିର ପ୍ରିପେଡ ୟୁଜର୍ସଙ୍କ ପାଇଁ ଉପଲବ୍ଧ । ସମସ୍ତ ପ୍ରିପ୍ରେଡ ୟୁଜର୍ସଙ୍କୁ ମାନୁଆଲ ରିଚାର୍ଜ କରିବାକୁ ହେବ । ଏୟାରଟେଲ ଓ ଭୋଡାଫୋନ ଆଇଡିଆ ସହିତ ଅନ୍ୟ ଟେଲିକମ ବି ଏବେ ଏହି ପ୍ରକାର ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.