ପଞ୍ଜାବରେ ଯେଉଁମାନେ ରାଷ୍ଟ୍ରପତି ଶାସନ ପାଇଁ ଦାବି କରୁଛନ୍ତି ସେମାନେ ବିଜେପିର ଶୁଆ: ସିଦ୍ଧୁ

କେନ୍ୟୁଜ୍(ବ୍ୟୁରୋ): ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ବଡ଼ ଧରଣର ତ୍ରୁଟିକୁ ନେଇ ରାଜନୀତି କରାଯାଉଥିବା ପଞ୍ଜାବ ପିସିସି ସଭାପତି ନବଜ୍ୟୋତ ସିଂ ସିଦ୍ଧୁଙ୍କ ଅଭିଯୋଗ। ବିଜେପିର ରାଜନୀତିକୁ ପଞ୍ଜାବରେ ଏକ କଡ଼ା ଜବାବ ଦିଆଯିବ ବୋଲି ଚଣ୍ଡିଗଡ଼ରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏହା ସହ ଯେଉଁମାନେ ରାଷ୍ଟ୍ରପତି ଶାସନ ପାଇଁ ଦାବି କରୁଛନ୍ତି ସେମାନଙ୍କୁ ବିଜେପିର ଶୁଆ ବୋଲି କହିବାକୁ ପଛାଇନାହାନ୍ତି ସିଦ୍ଧୁ।

ପଞ୍ଜାବର ପ୍ରତି ନାଗରିକ ଓ କଂଗ୍ରେସ କର୍ମକର୍ତ୍ତା ଦେଶର ସୁରକ୍ଷା ପାଇଁ ନିଜର ପ୍ରାଣବଳି ଦେବାକୁ ପଛାନ୍ତି ନାହିଁ। ଆପଣ କେବଳ ବିଜେପିର ପ୍ରଧାନମନ୍ତ୍ରୀ ନୁହନ୍ତି, ପୁରା ଦେଶବାସୀଙ୍କ ପ୍ରଧାନମନ୍ତ୍ରୀ ବୋଲି ମୋଦିଙ୍କ ଉଦ୍ଦେଶ୍ୟରେ କହିଛନ୍ତି ସିଦ୍ଧୁ। ସୁରକ୍ଷାରେ ତ୍ରୁଟି ନେଇ ପଞ୍ଜାବ ପୋଲିସକୁ ଦାୟୀ କରାଯାଉଥିବା ବେଳେ ଏଥିରେ ଅନ୍ୟ କୌଣସି ସୁରକ୍ଷା ଏଜେନ୍‌ସୀ ଦାୟୀ ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି ପଞ୍ଜାବ ପିସିସି ସଭାପତି।