ଇଟାଲିରୁ ଅମୃତସର ଆସିଥିବା ବିମାନରେ କରୋନା ବିସ୍ଫୋରଣ, ୧୫୦ ଯାତ୍ରୀ କରୋନା ପଜିଟିଭ

ନୂଆଦିଲ୍ଲୀ : ଆମେରିକା, ବ୍ରିଟେନ ଓ ଇଟାଲି ସମେତ ଅନ୍ୟ ଦେଶରେ କରୋନା ସଂକ୍ରମଣ ସ୍ଥିତି ବିସ୍ଫୋରକ ସ୍ଥିତିରେ ପହଞ୍ଚିଛି । ଏବେ ଭାରତରେ ମଧ୍ୟ ସଂକ୍ରମଣ ଚିନ୍ତାଜନକ ହୋଇଥିବା ବେଳେ ବିଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ କଡ଼ ନଜର ରଖିଛି ଭାରତ । ବିଦେଶରୁ ବିମାନ ଆସିବା ଉପରେ ଭାରତ କଟକଣା ଜାରି କରିଥିବା ବେଳେ ଏବେ କଡ଼ା ସୁରକ୍ଷା ମଧ୍ୟରେ ଫ୍ଲାଇଟ ଭାରତ ଆସୁଛି ।

ହେଲେ ନିକଟରେ ଲଗାତାର ଦୁଇ ଦିନ ଧରି ଇଟାଲିରୁ ଭାରତ ଆସିଥିବା ବିମାନରେ କରୋନା ସଂକ୍ରମଣ ଚିନ୍ତାଜନକ ହୋଇଛି । ଆଜି ପଞ୍ଜାବର ଅମୃତସର ଇଣ୍ଟରନେସନାଲ ଏୟାରପୋର୍ଟରେ ଇଟାଲିରୁ ଆସିଥିବା ଏକ ବିମାନରେ ୧୫୦ ଜଣ ଯାତ୍ରୀ କରୋନା ପଜିଟି ଭ ଥିବା ଜଣାଯାଇଛି ।

ବିମାନରେ ମୋଟ ୧୭୦ ଜଣ ଯାତ୍ରୀ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୫୦ଜଣ ଯାତ୍ରୀ କରୋନା ପଜିଟିଭ ଥିଲେ । ଦେଶରେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବଢ଼ୁଛି । ଦେଶରେ ଗତ ୨୪ ଘଣ୍ଟାରେ ୧୧୭,୦୯୪ ନୂଆ କରୋନା ମାମଲା ଆସିଥିବା ବେଳେ ୩୦୨ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି ।

ଦେଶରେ ୩୦୧୦ ଓମିକ୍ରନ ମାମଲା –

ଓମିକ୍ରନ ଭାରିଏଣ୍ଟ କଥା କହିବାକୁ ଗଲେ ଦେଶରେ ୩୦୧୦ ଓମିକ୍ରନା ମାମଲା ଦେଖାଯାଇଛି । ମହାରାଷ୍ଟ୍ର ଓ ଦିଲ୍ଲୀରେ ଯଥାକ୍ରମେ ଓମିକ୍ରନର ସବୁଠୁ ଅଧିକ ୮୭୬ ଓ ୪୬୫ ମାମଲା ଥିବା ଜଣାଯାଇଛି । ତେବେ ୩୦୧୦ ଓମିକ୍ରନ ମାମଲାରୁ ୧୧୯୬ ରୋଗୀ ସୁସ୍ଥ ହୋଇ ଫେରିଥିବା ଜଣାଯାଇଛି ।

ଏହି ୫ ରାଜ୍ୟରେ ସବୁଠୁ ଅଧିକ ମାମଲା ମିଳିଛି –

ଏହି ୫ ରାଜ୍ୟରେ ସବୁଠୁ ଅଧିକ କରୋନା ମାମଲା ଦେଖିବାକୁ ମିଳିଛି । ସବିଶେଷ ତଥ୍ୟ ଅନୁଯାୟୀ, ମହାରାଷ୍ଟ୍ରରେ ୩୬,୨୬୫ ନୂଆ ମାମଲା, ପଶ୍ଚିମବଙ୍ଗରେ ୧୫,୪୨୧ ମାମଲା, ଦିଲ୍ଲୀରେ ୧୫,୦୯୭, ତାମିଲନାଡୁରେ ୬୯୮୩ ମାମଲା ଓ କେରଳରେ ୪୬୪୯ ନୂଆ କରୋନା ମାମଲା ଥିବା ଜଣାଯାଇଛି ।

Leave A Reply

Your email address will not be published.