ବିରାଟଙ୍କ ଉପରେ ବାୟୋପିକ କରିବାକୁ ଇଚ୍ଛା : କାର୍ତ୍ତିକ ଆର୍ଯ୍ୟନ

କେନ୍ୟୁଜ : ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ବଲିବୁଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ପ୍ରକାଶ କରିଛନ୍ତି ଯେ ସେ ଏକ ବାୟୋପିକ ଚରିତ୍ରରେ ଆସିବାକୁ ଚାହାନ୍ତି । ବିରାଟ କୋହଲିଙ୍କ କ୍ୟାରେକ୍ଚରରେ ଓହ୍ଲାଇବାକୁ ଇଚ୍ଚୁକ ଏହି ୟଙ୍ଗ ଆଣ୍ଡ ହ୍ୟାଣ୍ଡସମ ଆକ୍ଟର । ବର୍ତ୍ତମାନ ସମୟରେ ବଲିବୁଡରେ କ୍ରିକେଟ ବାୟୋପିକର ଜମାନା । ଯଦି କାର୍ତ୍ତିକ ସେହି ଟ୍ରାକରେ ଅଛନ୍ତି ତେବେ ଅତିଶୀଘ୍ର ଆଉ ଏକ ସ୍ଥାନ ମିଳିପାରେ । ସାକ୍ଷାତକାରରେ ଜଣେ ପ୍ରଶଂସକଙ୍କ ଉତ୍ତରରେ କାର୍ତ୍ତିକ କହିଛନ୍ତି ଯେ ସେ ବିରାଟ କୋହଲି ବାୟୋପିକ କରିବାକୁ ପସନ୍ଦ କରିବେ ।

କାର୍ତ୍ତିକ ତାଙ୍କ ଗତ ରିଲିଜ ଧମାକାର ସଫଳତା ସହ ୨୦୨୨ତାଙ୍କୁ ଆହୁରି ସଫଳ କରିବ ବୋଲି ଆଶା ରଖିଛନ୍ତି । କାରଣ ୨୦୨୨ରେ କାର୍ତ୍ତିକ ଭୂଲ ଭୂଲଇଁଆ ଟୁ , ଫ୍ରେଡି ଓ ଶେହଜାଦା ଭଳି ଅନେକ ଚଳଚିତ୍ରରେ ନଜର ଆସିବେ । କିନ୍ତୁ ଯଦି କାର୍ତ୍ତିକଙ୍କ ପ୍ରତିକ୍ରିୟାକୁ ଦେଖାଯାଏ ତେବେ ହୁଏତ କାର୍ତ୍ତିକ ନିଜର ଏକ ନୂତନ ଧାରା ଆରମ୍ଭ କରିବେ ଓ କ୍ରିକେଟ ବାୟୋପିକରେ ଆଗ୍ରହୀ ଥିବା ଏହି ତାରକା ଆଗାମୀ ସମୟରେ ଏଭଳି କିଛିରେ ନଜର ବି ଆସିପାରନ୍ତି ।

ସାକ୍ଷାତକାରରରେ ଜଣେ ପ୍ରଶଂସକ ପଚାରିଥିଲେ । ଯେ କେଉଁ କ୍ରିକେଟରଙ୍କ ବାୟୋପିକରେ କାର୍ତ୍ତିକ ଅଭିନୟ କରିବାକୁ ପସନ୍ଦ କରିବେ । ଉତ୍ତରରେ କାର୍ତ୍ତିକ ସଙ୍ଗେ ସଙ୍ଗେ କହିଥିଲେ ବିରାଟ କୋହଲି । କହିରଖୁଛୁ ବର୍ତ୍ତମାନ ଦୁନିଆର ସବୁଠୁ ସଫଳ ଓ ଲୋକପ୍ରିୟ କ୍ରିକେଟରଙ୍କ ମଧ୍ୟରୁ ବିରାଟ କୋହଲି ଜଣେ ।

Leave A Reply

Your email address will not be published.