Below header

ଫେବ୍ରୁଆରୀ ୧୫ରେ ବାରବାଟୀ T20 ମ୍ୟାଚ୍, ସଫଳ କରିବାକୁ ପ୍ରସ୍ତୁତି ଜୋରଦାର କରିଛି ଓସିଏ  

କଟକ(କେନ୍ୟୁଜ୍):କଟକ ବାରବାଟୀ ଷ୍ଟାଡିୟମରେ ଫେବ୍ରୁଆରୀ ୧୫ରେ ଭାରତ ଓ ୱେଷ୍ଟ ଇଣ୍ଡିଜ୍‌ ମଧ୍ୟରେ ଖେଳାଯିବ ଟେ୍ଵଣ୍ଟି ୨୦ ମ୍ୟାଚ୍‌ । ଏହି ମ୍ୟାଚକୁ ସଫଳ କରିବାକୁ ଓସିଏ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି । ଆଜି ଏନେଇ ବାରବାଟୀ ଷ୍ଟାଡିୟମରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ବିସିସିଆଇର ବ୍ରଡକାଷ୍ଟିଂ ଟିମ୍‌ । କିପରି ଭାବରେ ମ୍ୟାଚ୍‌ର ଟେଲିକାଷ୍ଟ କରାଯିବ ସେନେଇ ଷ୍ଟାଡିୟମକୁ ପୁଙ୍ଖାନୁପୁଙ୍ଖ ଭାବରେ ତଦାରଖ କରାଯାଇଛି ।

କୋଭିଡ ସ୍ଥିତିକୁ ନେଇ ଚଳିତ ଥର ବିନା ଦର୍ଶକରେ ମ୍ୟାଚ ହେବାର ଅନେକ ସମ୍ଭାବନା ରହିଛି । ସବୁ ଦିଗରୁ ଓସିଏ ମ୍ୟାଚ ପରିଚାଳନା ପାଇଁ ପ୍ରସ୍ତୁତ ରହିଛି । ରାଜ୍ୟ ସରକାରଙ୍କ ସହ ହେବାକୁ ଥିବା ବୈଠକ ପରେ ଏ ନେଇ ସ୍ପଷ୍ଟ ଚିତ୍ର ମିଳିବ ବୋଲି କହିଛନ୍ତି ଓସିଏ ସିଇଓ ସୁବ୍ରତ କୁମାର ବେହେରା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.