ଏହି ୫ଟି ରାଶିର ଲୋକଙ୍କୁ କେବେ ବି ନିଜ ସିକ୍ରେଟ ସେୟାର କରନ୍ତୁ ନାହିଁ, ନଚେତ୍‌ ବଡ଼ ବିପଦରେ ପଡ଼ିପାରନ୍ତି

ପ୍ରତ୍ୟେକ ବ୍ୟକ୍ତିଙ୍କର କିଛି ନା କିଛି ସମସ୍ୟା ରହିଛି। ଏହି ସମୟରେ ସେ ଅନ୍ୟମାନଙ୍କଠୁ ସାହାଯ୍ୟ ଲୋଡ଼ି ଥାନ୍ତି। କିଛି ଅଛନ୍ତି ଯେଉଁମାନେ ନିଜ ସମସ୍ୟାକୁ ଘନିଷ୍ଠ ଲୋକଙ୍କ ସହ ସେୟାର କରିଥାନ୍ତି। କିନ୍ତୁ ଅନ୍ୟ କିଛି ଜଣ ଅଛନ୍ତି ଯେଉଁମାନେ ନିଜ ସମସ୍ୟାକୁ ସମସ୍ତଙ୍କ ଆଗରେ ସେୟାର କରନ୍ତି। ଯାହାର ଫାଇଦା ଅନ୍ୟମାନେ ଉଠାଇଥାନ୍ତି। ଏଥିପାଇଁ ଅନେକ ସମସ୍ୟା ମଧ୍ୟ ଉପୁଜେ।

ନିଜ ସୁଖ ଦୁଃଖର କଥା ଯଦି ଜଣେ ଅନ୍ୟଜଣକ ସହ ସେୟାର କରୁଛି ତେବେ ସେ ତାହାକୁ ସିକ୍ରେଟ ରଖିବା ଜରୁରୀ। ଭରସା କରି ଜଣେ ସବୁ କଥା କହିଦିଏ। କିନ୍ତୁ ଅସୁବିଧା ପରେ ହୋଇଥାଏ। ଏମିତି କିଛି ରାଶି ଅଛନ୍ତି ଯେଉଁମାନଙ୍କ ମୂଳ ପ୍ରକୃତି ସେଇଆ ହୋଇଥାଏ। ତାଙ୍କ ଉପରେ ବିଶ୍ୱାସ କରିବା ସମ୍ଭବ ନୁହେଁ। ଏମାନେ ଅନ୍ୟମାନଙ୍କ ସିକ୍ରେଟକୁ ଲୁଚାଇ ପାରନ୍ତି ନାହିଁ। ସମସ୍ତଙ୍କ ଆଗରେ କହିଦେଇଥାନ୍ତି। ଜାଣନ୍ତୁ ସେହି ରାଶି ସମ୍ପର୍କରେ..

ମେଷ ରାଶି:
ଏମାନେ ଖୁବ ଉତ୍ସାହୀ ଓ ଉର୍ଜାବନ ହୋଇଥାନ୍ତି। ଏମାନଙ୍କ ଏହି ଉତ୍ସାହ ଓ ଉର୍ଜା ଅନ୍ୟମାନଙ୍କୁ ସମସ୍ୟାରେ ପକାଇ ଦିଏ। ଏମାନଙ୍କୁ ବିଶ୍ୱାସ କରିବା ଭୁଲ। ଏମାନେ ସିକ୍ରେଟ ରଖିପାରନ୍ତି ନାହିଁ।

ମିଥୁନ ରାଶି:
ଏମାନେ କମ୍ୟୁନିକେଶନ ପାଇଁ ଖୁବ ଭଲ ହୋଇଥାନ୍ତି। ଖୁବ ସହଜରେ ସାଙ୍ଗ ବନାଇଥାନ୍ତି। କିନ୍ତୁ ଏମାନଙ୍କ ଉପରେ ସମ୍ପୂର୍ଣ୍ଣ ରୂପେ ଭରସା କରିବା ଠିକ ନୁହେଁ। କାରଣ ଏମାନେ କଥା କଥାରେ କେତେବେଳେ ସବୁ ସିକ୍ରେଟ କଥା ସେୟାର କରିଦିଅନ୍ତି ତାହା ତାଙ୍କୁ ଜଣା ନଥାଏ।

କର୍କଟ:
ଏହି ରାଶିର ବ୍ୟକ୍ତିଙ୍କ ମନ ଓ ବାଣୀ ଉପରେ ନିୟନ୍ତ୍ରଣ ରହିନଥାଏ। ଏମାନେ କିଛି ଏଭଳି କଥା କହି ଦିଅନ୍ତି ଯାହା ତାଙ୍କୁ କହିବା ଉଚିତ ନୁହେଁ। ତେଣୁ ଏମାନଙ୍କ ଆଗରେ ନିଜ ସିକ୍ରେଟ କୁହନ୍ତୁ ନାହିଁ।

ତୁଳା :
ଏମାନେ କଥା କହିବାରେ ବଡ଼ ମାହିର ହୋଇଥାନ୍ତି। ଏମାନେ ଅନ୍ୟ ମାନଙ୍କ ଫାଇଦା ପାଇଁ ସେମାନଙ୍କ ସିକ୍ରେଟର ଖରାପ ବ୍ୟବହାର କରନ୍ତି। ତେଣୁ ଏମାନଙ୍କ ସହ ବୁଝି ବିଚାରି ମିଶନ୍ତୁ।

ଧନୁ :
ଏମାନେ ଖୁବ ସହଜରେ ଅନ୍ୟମାନଙ୍କୁ ନିଜର କରିନିଅନ୍ତି। ଏବଂ ଶୀଘ୍ର ଭରସା କରିନିଅନ୍ତି। ଏହି ସମୟରେ ସେ ଅନ୍ୟମାନଙ୍କୁ ନିଜର ଅନେକ କଥାକୁ କହିଦିଅନ୍ତି। ତେଣୁ ଅଜାଣତରେ ଅନେକ ସମସ୍ୟାର ସାମ୍ନା କରନ୍ତି। ତେଣୁ ଆପଣ ଏହି ରାଶିର ଲୋକଙ୍କ ସହ ନିଜ କଥା ସେୟାର କରନ୍ତୁ ନାହିଁ।