ଦ୍ୱିତୀୟ ଥର ବାପା ହେବେ କି ହାର୍ଦ୍ଦିକ ପାଣ୍ଡ୍ୟା! ସୋସିଆଲ ମିଡିଆରେ ହେଉଛି ଚର୍ଚ୍ଚା; ସ୍ତ୍ରୀ ନତାଶାଙ୍କ ସାଙ୍ଗ ଉଠାଇଲେ ପରଦା

ଟିମ୍ ଇଣ୍ଡିଆରୁ ଦୂରେଇ ଯାଉଥିବା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ଏମିତି ଅନୁମାନ କରାଯାଉଛି ଯେ ହାର୍ଦ୍ଦିକ ପାଣ୍ଡ୍ୟା ଦ୍ୱିତୀୟ ଥର ପାଇଁ ବାପା ହେବାକୁ ଯାଉଛନ୍ତି। ବାସ୍ତବରେ, କିଛିଦିନ ତଳେ ହାର୍ଦ୍ଦିକ ପାଣ୍ଡ୍ୟା ଓ ତାଙ୍କ ପାର୍ଟନର ନତାଶା ଷ୍ଟାନକୋଭିକ୍ ନିଜ ଘରେ ପରିବାର ସହିତ ଖ୍ରୀଷ୍ଟମାସ ପାଳନ କରିଥିଲେ। ଏହି ସମୟରେ ନତାଶା ପ୍ଲମ୍‌ ରଙ୍ଗର ବଡି ଫିଟେଡ୍‌ ଭେଲଭେଟ ପୋଷାକ ପିନ୍ଧିଥିଲେ, ଯେଉଁଥିରେ ଅଭିନେତ୍ରୀଙ୍କ ହାଲୁକା ବେବି ବମ୍ପ୍‌ ନଜର ଆସୁଥିଲା।

କ’ଣ ଦ୍ୱିତୀୟ ଥର ପାଇଁ ନତାଶା ଗର୍ଭବତୀ ଅଛନ୍ତି

ନତାଶା ଷ୍ଟାନକୋଭିକଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେବା ମାତ୍ରେ ହିଁ ଚାରିଆଡ଼େ ଚର୍ଚ୍ଚାର ମାହୋଲ ସୃଷ୍ଟି ହୋଇଛି। ହାର୍ଦ୍ଦିକ ପାଣ୍ଡ୍ୟା ଦ୍ୱିତୀୟ ଥର ବାପା ହେବାକୁ ଯାଉଥିବା ନେଇ ଫ୍ୟାନମାନେ ଅନୁମାନ ଲଗାଇଛନ୍ତି। ସମସ୍ତେ ଏହା ଜାଣିବାକୁ ଚେଷ୍ଟା କରୁଛନ୍ତି ଯେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସାଥୀ ନତାଶା ଷ୍ଟାନକୋଭିକ୍ ଗର୍ଭବତୀ ଅଛନ୍ତି କି ନାହିଁ? କିନ୍ତୁ ଏହାରି ଭିତରେ ଅଭିନେତ୍ରୀ ନତାଶା ଷ୍ଟାନକୋଭିକଙ୍କର ଜଣେ ବନ୍ଧୁ ତାଙ୍କ ପ୍ରେଗ୍‌ନାନ୍ସି ଉପରୁ ପରଦା ଉଠାଇଛନ୍ତି।

ଘନିଷ୍ଠ ବନ୍ଧୁ ଖୋଲି ଦେଲେ ବଡ଼ ରାଜ୍‌

ଅଭିନେତ୍ରୀ ନତାଶା ଗର୍ଭବତୀ ଅଛନ୍ତି କି ନାହିଁ, ସେ ନେଇ ନତାଶାଙ୍କ ବନ୍ଧୁ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, ସେ ସମ୍ପର୍କରେ ଏ ପର୍ଯ୍ୟନ୍ତ ତାଙ୍କ ପାଖରେ କୌଣସି ଖବର ନାହିଁ। ଏପରି କି, ତାଙ୍କୁ ଲାଗୁନାହିଁ କି, ହାର୍ଦ୍ଦିକ ପାଣ୍ଡ୍ୟା ଓ ନତାଶା ତାଙ୍କ ଦ୍ୱିତୀୟ ସନ୍ତାନ ପାଇଁ ଯୋଜନା କରୁଛନ୍ତି। ଏ ବିଷୟରେ ସେ ଆଉ ଅଧିକ କିଛି କହିବାକୁ ଚାହୁଁ ନାହାନ୍ତି। ବୋଧହୁଏ କେବଳ ଦମ୍ପତି ହିଁ ଏଥିରୁ ପରଦା ଉଠାଇ ପାରିବେ ବୋଲି ନତାଶାଙ୍କ ବନ୍ଧୁ କହିଛନ୍ତି। ଗୋଟିଏ ବର୍ଷ ଡେଟ୍‌ କରିବା ପରେ ହାର୍ଦ୍ଦିକ ଓ ନତାଶା ବର୍ଷ ୨୦୨୦ ଆରମ୍ଭରେ ନିର୍ବନ୍ଧ କରି ନେଇଥିଲେ।

ବିବାହ ପୂର୍ବରୁ ହିଁ ନତାଶା ଗର୍ଭବତୀ ହୋଇଥିଲେ

ବର୍ଷ ୨୦୨୦ରେ ହାର୍ଦ୍ଦିକଙ୍କ ସ୍ତ୍ରୀ ନତାଶା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ, ଯାହାର ନାମ ଅଗସ୍ତ୍ୟ ରଖାଯାଇଛି। ବିବାହ ପୂର୍ବରୁ ନତାଶା ଗର୍ଭବତୀ ହୋଇଥିଲେ। ପରେ ଏମିତି ଖବର ଆସିଥିଲା କି, ଦମ୍ପତି ମେ’ ୨୦୨୦ରେ କରୋନା ଲକଡାଉନ୍ ସମୟରେ ହିଁ ଲୁଚାଛପା ବିବାହ କରି ନେଇଛନ୍ତି।

ନତାଶା ଷ୍ଟାନକୋଭିକ୍ କିଏ

ନତାଶା ଷ୍ଟାନକୋଭିକ୍ ସର୍ବିଆର ଜଣେ ମଡେଲ୍ ତଥା ଅଭିନେତ୍ରୀ। ନତାଶା ସର୍ବିଆରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କର ପିଲାଦିନ, ପାଠପଢ଼ା, ସବୁକିଛି ସେହିଠାରେ ହିଁ ସମାପ୍ତ ହୋଇଥିଲା। ନତାଶା ଷ୍ଟାନକୋଭିକଙ୍କୁ ପ୍ରକାଶ ଝାଙ୍କ ଫିଲ୍ମ ‘ସତ୍ୟାଗ୍ରହ’ର ଆଇଟମ୍ ନମ୍ବର ‘ହମରୀ ଅଟରିୟା’ରୁ ପରିଚୟ ମିଳିଥିଲା। ଏହାପରେ ସେ ‘ବିଗ୍ ବସ୍ ସିଜନ୍ ୮’ର ଅଂଶ ହୋଇଥିଲେ, କିନ୍ତୁ ପ୍ରସିଦ୍ଧ ରାପର ବାଦଶାହଙ୍କ ରାପ୍ ଗୀତ ‘ଡିଜେ ୱାଲେ ବାବୁ’ ପରେ ସେ ରାତାରାତି ଲୋକପ୍ରିୟ ହୋଇ ଯାଇଥିଲେ ଏବଂ ଏହାପରେ ସେ ଫିଲ୍ମ ‘ଡାଡି’ ଓ ‘ଫୁକ୍‌ରେ ରିଟର୍ନସ୍’ ନମ୍ବରରେ ଆଇଟମ୍ କରିଥିଲେ।