ଉମରକୋଟ ଓ ରାଇଘରରେ ବଡ଼ ଧରଣର GST ଠକେଇ ଅଭିଯୋଗ: ଏକକାଳୀନ ୭ଟି ଜାଗାରେ ଚଢାଉ

ନବରଙ୍ଗପୁର(କେନ୍ୟୁଜ୍): ନବରଙ୍ଗପୁର ଜିଲ୍ଲା ଉମରକୋଟ ଓ ରାଇଘରରେ ବଡ଼ ଧରଣର GST ଠକେଇ ଅଭିଯୋଗରେ ରେଡ୍। ଏକକାଳୀନ ୭ଟି ଜାଗାରେ ଚଢାଉ କରାଯାଇଛି। ଏହି ଚଢାଉରେ ଅଫିସର ଓ କର୍ମଚାରୀ ମିଶି ମୋଟ ୪୮ଜଣ ନିୟୋଜିତ ଥିଲେ । ଏହି ଚଢାଉ ଗତକାଲି ଦିନ ୧୦ରୁ ରାତି ୧୧ ଯାଏ ଜାରି ରହିଥିଲା। ଉମରକୋଟ ଓ ରାଇଘରରେ ଏଭଳି ଚଢାଉ ପ୍ରଥମ ଥର ହୋଇଛି। ମୋଟ ୭ ବ୍ୟବସାୟିକ ଫାର୍ମରେ ଏହି ଚଢାଉ ହୋଇଥିଲା। ଦ୍ରବ୍ୟ ଓ ସେବା କର ବିଭାଗ ପକ୍ଷରୁ ମୋଟ ୭ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଥିଲା।
ଉମରକୋଟରୁ କମ୍ ଟିକସ ସଂଗ୍ରହକୁ ନଜର ରଖି ସ୍ପେୟାର ପାର୍ଟସ, ସୁନା ଦୋକାନ, ଲୁଗା ଦୋକାନ ଓ ଟାୟାର ଦୋକାନରେ ଚଢାଉ କରାଯାଇଥିଲା। ଚଢ଼ାଉ ସମୟରେ ଚାଞ୍ଚଲ୍ୟକର ତଥ୍ୟ ମିଳିଛି । ଦୁଇ ଚକିଆ ଯାନରେ ୨୦୦ବସ୍ତା ସିମେଣ୍ଟ ପଠାଯାଇଥିବା ତଥ୍ୟ ହସ୍ତଗତ ହୋଇଛି। ସମସ୍ତ ବ୍ୟବସାୟୀକ ଫାର୍ମରୁ GST ସମ୍ପର୍କିତ ଦସ୍ତାବିଜ୍ ସଂଗ୍ରହ କରି ନିଆଯାଇଛି। ମୋଟ ୭ଟି ଫାର୍ମର ସମ୍ପୂର୍ଣ୍ଣ ଆକଳନ କରିବା ପରେ ଅନୁଷ୍ଠାନ ଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯେତିକି ପରିମାଣର ଟିକସ ଫାଙ୍କିଛନ୍ତି ତା ଉପରେ ଜରିମାନା ଆଦାୟ କରାଯିବ ବୋଲି ଡେପୁଟି କମିଶନର କହିଛ