ଏକାଥରକେ ୧୦୦ଟି ଚିକେନ ମୋମୋ ଖାଇବା ଚ୍ୟାଲେଞ୍ଜ, ଭିଡିଓ ଦେଖିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

ବେଳେବେଳେ ଲୋକେ ଏମିତି କିଛି କାମ କରନ୍ତି ଯାହାକୁ ଦେଖିଲେ ଲାଗେ ଏହା କିପରି ସମ୍ଭବ? କିନ୍ତୁ କିଛି ଅଜବ ଚ୍ୟାଲେଞ୍ଜ ନେଇ ତାକୁ ସତ କରି ଦେଖାଇଛନ୍ତି ଏମିତି ଜଣେ ୟଙ୍ଗ୍‌ ଗର୍ଲ । ଏହା ସାଙ୍ଗରେ ଖାଇବାକୁ ଚେଷ୍ଟା କରିଥିଲେ ୧୦୦ ଟି ମୋମୋ, ତାହା ପୁଣି ଚିକେନ ମୋମୋ । ବର୍ତ୍ତମାନ ଫୁଡ ବ୍ଲଗରମାନେ ଅନେକ ପ୍ରକାର ଖାଇବା ଚ୍ୟାଲେଞ୍ଜ ନେଉଛନ୍ତି । ଆପଣ ଜାଣିଥିବେ ମୋମୋ ଖାଇବା ପ୍ରାୟ ସମସ୍ତଙ୍କୁ ପସନ୍ଦ । କିଛି ଲୋକ ଏମିତି ଥାଆନ୍ତି ଯାହାକୁ ସବୁଦିନ ମୋମୋ ଖାଇବାକୁ ପସନ୍ଦ । ଏମିତିକି କିଛି ଲୋକେ ସବୁଦିନେ ଦୋକାନରୁ ମୋମୋ ଅର୍ଡର କରି ଖାଆନ୍ତି । କହିବାକୁ ଗଲେ ଏହା ଏକ ନିଶା ସଦୃଶ । କିଛି ଲୋକେ ଏକା ସାଙ୍ଗରେ ଏକ ଡର୍ଜନ ମୋମୋ ମଧ୍ୟ ଖାଇ ଦିଅନ୍ତି । କିନ୍ତୁ ଅଧିକ ମୋମୋ ଖାଇବା ଶରୀର ପାଇଁ ମଧ୍ୟ ହିତକର ହୋଇନଥାଏ । କିନ୍ତୁ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ । ମାଧୁରୀ ଲାହିରୀ ନାମକ ଜଣେ ଯୁବତୀ ଯିଏ  ୟୁଟ୍ୟୁବର, ଏକା ସାଙ୍ଗରେ  ୧୦୦ଟି ଚିକେନ ମୋମୋ ଖାଇବା ଚ୍ୟାଲେଞ୍ଜ ନେଇଥିଲେ

। ନିଜର ୟୁଟ୍ୟୁବ ଚ୍ୟାନେଲ ‘ମ୍ୟାଡି ଇଟ୍ସ’ ରେ ସେ ସେୟାର କରିଛନ୍ତି । ଏହି ଭିଡିଓ ଅଧିକ ମାତ୍ରାରେ ଭାଇରାଲ ମଧ୍ୟ ହୋଇଛି ।

ଏହି ଭିଡ଼ିଓ ଦେଖିବା ପରେ ଲୋକେ ବିଭିନ୍ନ ପ୍ରକାରର କମେଣ୍ଟ ମଧ୍ୟ ଦେଇଛନ୍ତି । ମାଧରୀ ଅନେକ ପ୍ରକାର ଖାଦ୍ୟ ଖା ଥାଆନ୍ତି । ଆପଣ ଭିଡିଓରେ ଦେଖିପାରୁଥିବେ କି ମାଧୁରୀ ନିଜ ସାମ୍ନାରେ କେତେ ସାରା ଚିରେନ ମୋମୋ ରଖିଛନ୍ତି । ଓହି ମୋମୋକୁ ସେ ଆରାମରେ ଖାଉଛନ୍ତି । ସେ ୧୦୦ ଟି ମୋମୋକୁ ସାରିବା ପାଇଁ ଚେଷ୍ଟା କରିଛନ୍ତି କିନ୍ତୁ ଏହା ପରେ ବି ତାଙ୍କର ୧୫ ରୁ ୨୦ ଟି ମୋମୋ ବଳି ଥିଲା । ଏହା ପରେ ବି ଏହି ୟୁଟ୍ୟୁବର ଜଣଙ୍କର ସାହସକୁ ମାନିବାକୁ ପଡିବ । ଅନେକ ଲୋକେ ତାଙ୍କର ଏହି ୧୦୦ ଟି ମୋମୋ ଖାଇବା ଭିଡିଓ ଦେଖି ଅନେକ ତାଙ୍କୁ ଅହୁରୀ ଅନେକ ଭିଡିଓ ପୋଷ୍ଟ କରିବା ପାଇଁ କହିଥିଲେ । ଏହା ସହିତ ଏପରି ନ ଖାଇବା ପାଇଁ ମଧ୍ୟ ଅନେକ ଲୋକେ କହିଥିଲେ କାରଣ ଏମିତି କରିବା ଦ୍ୱାରା ସ୍ୱାସ୍ଥ୍ୟ ଖରାପ ହୋଇଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.