Below header

ନ୍ୟୁଜ ଦୁନିଆରେ ଚୀନ ଆଣିଲା ନୂଆ ଚମତ୍କାର, ଲଞ୍ଚ କଲା 3D ନ୍ୟୁଜ ଆଙ୍କର

ଚାଇନା ସବୁ କ୍ଷେତ୍ରରେ ଆଗୁଆ। କରୋନା ଭାଇରସ ଚାଇନାର ଉହାନ ସହରୁ ବ୍ୟାପି ଆଜି ସମଗ୍ର ବିଶ୍ୱକୁ କବଳିତ କରି ରଖିଛି। ଏହି ଭାଇରସ ଯୋଗୁଁ ବିଶ୍ୱରେ ଲକ୍ଷାଧିକ ସଂଖ୍ୟକ ଜୀବନ ଚାଲିଗଲାଣି। ଏବେ ଚାଇନା ଆଉ ଏକ କାମ କରି ସମସ୍ତଙ୍କୁ ଚକିତି କରିଦେଇଛି। ଚୀନ ଦୁନିଆର ପ୍ରଥମ 3D ନ୍ୟୁଜ ଆଙ୍କର ଲଞ୍ଚ କରିଛି। ଏଜେନ୍ସୀ ମୁତାବକ, ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଚୀନ ଏପରି କରିବାରେ ସକ୍ଷମ ହୋଇଛି।

ଚୀନର ସରକାରୀ ଏଜେନ୍ସୀ ସିହ୍ନଆ ଏହି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି3D ନ୍ୟୁଜ ଆଙ୍କରକୁ ସାମିଲ କରିଛି। ଭର୍ଚୁଆଲ ଉପସ୍ଥାପକ ଭାବେ 3D ଆଙ୍କରର ବିଶେଷ ଗୁରୁତ୍ୱ ରହିଛି। ଏହି ଆଙ୍କର ବହୁ ସହଜରେ ବୁଲିପାରିବା ସହିତ ନିଜର କେଶ ଏବଂ ଡ୍ରେସ ଷ୍ଟାଇଲକୁ ଆପଣାଛାଏଁ ବଦଳାଇପାରିବ। ରିପୋର୍ଟ ମୁତାବକ, ଆଗକୁ ଭବିଷ୍ୟରେ ଏହା ଖବର ପଢିବାରେ ବ୍ୟବହାର କରାଯିବ। ଆଗାକୁ3D ନ୍ୟୁଜ ଆଙ୍କର କେବଳ ଷ୍ଟୁଡିଓ ନୁହେଁ ବରଂ ଅନ୍ୟ କେତେକ ସ୍ଥାନରେ ତାଜା ସମାଚାର ପଢୁଥିବା ନଜର ଆସିବ।

ଏହାକୁ ପ୍ରସ୍ତୁତ କରିଥିବା କମ୍ପାନୀର କହିବାନୁଯାୟୀ, ଏହା ଯେକୌଣସି ମଣିଷ ସ୍ୱରର ନକଲ କରିପାରିବ। ଏହାଛଡା ଚେହେରା ଏବଂ ଓଠର ହାବଭାବ ମଧ୍ୟ ଜାଣିପାରିବ। ଏହାପୂର୍ବରୁ ସିହ୍ନଆ କ୍ୟୁ ହାଓ ନାମକ ଏକ ଡିଜିଟାଲ ଆଙ୍କର ନ୍ୟୁଜ ଦୁନିଆରେ ଏଣ୍ଟ୍ରି କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.